Latest Odisha News

BREAKING NEWS

୨୦୨୦ ବାର୍ଷିକ ରାଶିଫଳ; ପ୍ରଖ୍ୟାତ ଜ୍ୟୋତିର୍ବିଦ ଡଃ ନିରଞ୍ଜନ ମହାପାତ୍ରଙ୍କ ଦ୍ୱାରା ପ୍ରସ୍ତୁତ

ବାର୍ଷିକ ରାଶି ଫଳ ୨୦୨୦

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ମେଷ :
ଏବର୍ଷ ଆପଣ ପାଇଁ ସୁଖମୟ ହେବ । ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ପୂର୍ବରୁ ଲାଗିଥିବା ମାଲି-ମକଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ । ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।

ବୃଷ :
ଏବର୍ଷ ଆପଣ ପାଇଁ ମଧ୍ୟମ ଧରଣର ହେବ । କର୍ମକ୍ଷେତ୍ରରେ ବାଧାବିଘ୍ନ ଦୂରେଇ ଯିବ । ଉଚ୍ଚ କର୍ମକର୍ତ୍ତା ଆପଣଙ୍କ କାର‌୍ୟ୍ୟରେ ସନ୍ତୁଷ୍ଟ ହେବେ । ବିଭିନ୍ନ ଦିଗରୁ ଅର୍ଥ ପାଇବେ । ବ୍ୟବସାୟରେ ପୂର୍ବ ଅପେକ୍ଷା ଆଯ୍ତ ବୃଦ୍ଧି ଘଟିବ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ପାଇବେ ।

ମିଥୁନ :
ଏବର୍ଷ ଆପଣ ପାଇଁ ଆନନ୍ଦ ପ୍ରଦାନ କରିବ । ଶାରୀରିକ ଓ ମାନସିକ ଶାନ୍ତି ଅନୁଭବ କରିବେ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ ବ୍ୟବସାୟରେ ଆଶାନୁରୂପ ଲାଭବାନ ହେବେ । ମହିଳାମାନେ ନିଜ ପ୍ରତିଭାର ପରିଚୟ ଦେଇ ପ୍ରଶଂସନୀୟା ହେବେ ।

କର୍କଟ :
ଏବର୍ଷ ଆପଣ ପାଇଁ ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେବ ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ । ରାଜନୀତିଜ୍ଞମାନେ ସମାଲୋଚିତ ହୋଇପାରନ୍ତି । କର୍ମ କ୍ଷେତ୍ରରେ ନାନାପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବେ । ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସଫଳତା ପାଇବେ ନାହିଁ ।

ସିଂହ :
ଏବର୍ଷ ଆପଣ ପାଇଁ ପ୍ରତେକଟି କାର‌୍ୟ୍ୟରେ ସିଦ୍ଧି ଲାଭ କରିବେ । ଦେହ ମନ ସୁସ୍ଥ ରହିବ । ଗୁପ୍ତ ଶତୃମାନେ ପରାଜିତ ହେବେ । ସ୍ଵାଦିଷ୍ଟ ଭୋଜନ ମିଳିବ । କର୍ମ କ୍ଷେତ୍ରରେ ମାନ ସମ୍ମାନ ପଦ ମର‌୍ୟ୍ୟାଦା ବୃଦ୍ଧି ପାଇବ ।

କନ୍ୟା :
ଏବର୍ଷ ଆପଣ ପାଇଁ ପାରିବାରିକ ସମସ୍ୟା ସମାଧାନ ହୋଇଯିବ ।ପିଲାମାନଙ୍କ ଉନ୍ନତିରେ ଖୁସି ହେବେ ।ପଦୋନ୍ନତି ସହିତ ସ୍ଥାନାନ୍ତର ହୋଇପାରନ୍ତି । ମହିଳାମାନେ ଗୃହ କାର‌୍ୟ୍ୟରେ ପ୍ରଶଂସନୀୟା ହେବେ । ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।

ତୁଳା :
ଏବର୍ଷ ଆପଣ ପାଇଁ ପାରିବାରିକ ଓ ଆର୍ଥିକ ଦୃଷ୍ଟିରୁ ଆଜି ଆପଣଙ୍କୁ ସଫଳତା ମିଳିବ । ଶତୃମାନେ ପରାଜିତ ହେବେ ।ସାହିତ୍ୟ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ । ଦେବ ଦର୍ଶନର ସୁଯୋଗ ରହିଛି ।

ବିଛା :
ଏବର୍ଷ ଆପଣ ପାଇଁ ସୁଖଶାନ୍ତି ପ୍ରଦାନ କରିବ । ପାରିବାରିକ ଜୀବନ ସୁଖମୟ ହେବ । ରାଜ ନୀତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ । ଘରେ ବାହାରେ ସବୁଠାରେ ସମ୍ମାନିତ ହୋଇପାରନ୍ତି ।ଆଶା କରୁଥିବା ଦିଗରୁ ସଫଳତା ମିଳିବ ।

ଧନୁ :
ଏବର୍ଷ ଆପଣ ପାଇଁ ସମ ମିଶ୍ରିତ ଫଳ ମିଳିବ । ପରିଶ୍ର ତୁଳନାରେ ପାରିଶ୍ରମିକ କମ୍ ମିଳିବ । କୌଣସି ମହିଳା କିମ୍ବା ସ୍ତ୍ରୀଙ୍କ ପେରଣାରୁ ଉପକୃତ ହେବେ । ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସଫଳତା ପାଇବେ । ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ ।

ମକର :
ଏବର୍ଷ ଆପଣ ପାଇଁ ମଧ୍ୟମ ଧରଣର ହେବ । ପୂର୍ବର ଅଶାନ୍ତି ଦୂରେଇ ଯିବ । ଗୃହକୁ କୌଣସି ଆବଶ୍ୟକୀୟ ଉପକରଣ କ୍ରୟ କରିପାରନ୍ତି । ଅଚାନକ ଧନ ଲାଭରଯୋଗ ରହିଛି । କାର‌୍ୟ୍ୟ କ୍ଷେତ୍ରରେ ନୂତନ ନିଯୁକ୍ତି କିମ୍ବା ପଦୋନ୍ନତିର ଯୋଗ ରହିଛି । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ପାଇବେ ।

କୁମ୍ଭ :
ଏବର୍ଷ ଆପଣ ପାଇଁ ବହୁତ ଶୁଭଫଳ ପ୍ରଦାନ କରିବ । ପ୍ରତ୍ୟେକ ଦିଗରୁ ଆପଣଙ୍କୁ ସଫଳତା ମିଳିବ । ଘରୋଇ ସମସ୍ୟା ଦୂରେଇ ଯିବ । କର୍ମ କ୍ଷେତ୍ରରେ ସମ୍ମାନିତ ହେବେ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ପାଇବେ । ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।

ମୀନ :
ଏବର୍ଷ ଆପଣ ପାଇଁ ସୁଖ ଦୁଃଖ ମିଶ୍ରିତ ଫଳ ପ୍ରଦାନ କରିବ । ସାମାନ୍ୟ ଘଟଣାକୁ ନେଇ ବାଦବିବାଦ ଦେଖା ଦେବ । ଆୟ ଅପେକ୍ଷା
ବ୍ୟୟ ଅଧିକ ହେବ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ । ସନ୍ତାନ ସନ୍ତତି ମାନଙ୍କ କାର‌୍ୟ୍ୟକୁ ନେଇ ବିଶାଦ ଗ୍ରସ୍ତ ହେବେ । ଦୂର ଯାତ୍ରା କରନ୍ତୁ ନାହିଁ ଦୁର୍ଘଟଣା ଦେଖା ଦେଇପାରେ ।

Leave A Reply

Your email address will not be published.