Latest Odisha News

BREAKING NEWS

କୁମ୍ଭମେଳାରେ ଦଳାଚକଟା ଘଟଣା : କାନ୍ଦି ପକାଇଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ଭାବବିହ୍ବଳ ହେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କୁମ୍ଭମେଳାରେ ଦଳାଚକଟା ଘଟଣାକୁ ନେଇ ଗଭୀର ଦୁଃଖ କରିଛନ୍ତି । କହିଛନ୍ତି, ଘଟଣା ଦୁଃଖଦାୟକ। ମୃତାହତ ଲୋକଙ୍କ ପରିବାର ସହିତ ଆମର ସମବେଦନା ରହିଛି। ମଙ୍ଗଳବାର ରାତିଠାରୁ ବିଭିନ୍ନ ଆଖଡ଼ା ସମିତି, ସ୍ଥାନୀୟ ପ୍ରଶାସନ, ପୋଲିସ, ଏନଡିଆରଏଫ୍‌ ସହ ଯୋଗାଯୋଗରେ ଅଛୁ। ଯାହା ଜରୁରୀ ଆବଶ୍ୟକ ଥିଲା ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏହା କହିଲା ବେଳେ ଯୋଗୀ ଆଦିତ୍ୟନାଥଙ୍କ କଣ୍ଠ ବାସ୍ପରୁଦ୍ଧ ହୋଇଯାଇଥିଲା। ପ୍ରୟାଗରାଜ କୁମ୍ଭମେଳାରେ ଦଳାଚକଟା ଘଟଣାରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଏଯାଏ ୨୫ ଜଣଙ୍କୁ ଚିହ୍ନଟ କରାଯାଇଛି । ୬୦ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କର ଚିକିତ୍ସା ଜାରି ରହିଛି । ସେପଟେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର । କିଭଳି ଘଟିଲା ଏତେ ବଡ଼ ଅଘଟଣ ତାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଥାଉକି, ମହାକୁମ୍ଭ ପାଇଁ ୧୦୦ରୁ ଅଧିକ ଘାଟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ସମସ୍ତେ ସଙ୍ଗମ ସ୍ଥଳରେ ବୁଡ଼ ପକାଇତିଲେ। ଯେଉଁଥି ପାଇଁ ଏତେ ବଡ଼ ଅଘଟଣ ଘଟିଛି । ଆଖଡ଼ା ପରିଷଦ ଓ ପୋଲିସ ପ୍ରଶାସନ ସହ କଥା ହୋଇ ସ୍ଥିତି ଉପରେ ନଜର ରଖିଥିଲେ ଯୋଗୀ ଆଦିତ୍ୟନାଥ। ଶ୍ରଦ୍ଧାଳୁମାନେ ଗୁଜବରେ ବିଶ୍ବାସ ନକରି ଯିଏ ଯେଉଁ ଘାଟରେ ଅଛନ୍ତି, ସେଠାରେ ସ୍ନାନ କରିବା ପାଇଁ ଅପିଲ୍ କରିଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ । ସେପଟେ ଖବର ପ୍ରସାରିତ ହେବା ପରେ ସଙ୍ଗେ ସଙ୍ଗେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫୋନ୍ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୪ ଥର ଫୋନ କଲ୍ କରିବା ସହ ମିନିଟ୍ ଟୁ ମିନିଟ୍ ଅପଡେଟ୍ ନେଇଥିଲେ ପିଏମ୍।

ମୌନି ଅମାବାସ୍ୟା ଅବସରରେ ବୁଧବାର ସଂଧ୍ୟା ସୁଦ୍ଧା ୬ କୋଟିରୁ ଅଧିକ ଲୋକ ବୁଡ଼ ପକାଇଛନ୍ତି। ବିଶ୍ବାସ ରହିଛି, ମହାକୁମ୍ଭରେ ସ୍ନାନ କଲେ ଜୀବନବ୍ୟାପୀ ହୋଇଥିବା ପାପରୁ ମୁକ୍ତି ମିଳିଥାଏ । କୁମ୍ଭ ସମୟରେ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ଦ୍ବାରା ନକାରାତ୍ମକ କର୍ମ ଦୂର ହୁଏ ଏବଂ ଆତ୍ମା ​​ଶୁଦ୍ଧ ହୁଏ ବୋଲି କୁହାଯାଏ। ୧୦ କୋଟି ଶ୍ରଦ୍ଧାଳୁଙ୍କ ପାଇଁ ୧୨ କିଲୋମିଟର ଲମ୍ବା ଘାଟ ନିର୍ମାଣ କରାଯାଇଛି । ୧୩ ତାରିଖରୁ ସଙ୍ଗମରେ ଲାଗିଛି ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ।

Comments are closed.