ବ୍ରହ୍ମପୁର: ୟୋନୋ ଆପ୍ ଅପଡେଟ କରିବା ବାହାନାରେ ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କ ଠାରୁ ସାଇବର ଠକମାନେ ୫ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ଭାବିନୀପୁରର ଦେବରାଜ ନଗରରେ ରହୁଥିବା ପିତାମ୍ବର ପ୍ରଧାନ(୭୪)। ଘଟଣାକୁ ନେଇ ପିତାମ୍ବର ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ନଂ ୪୮/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାଥାଉକି, କିଛି ଦିନ ତଳେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଭାବିନୀପୁରର ଦେବରାଜ ନଗରରେ ରହୁଥିବା ପିତାମ୍ବରଙ୍କ ମୋବାଇଲକୁ ଏକ ମ୍ୟାସେଜ୍ ଆସିଥିଲା। ୟୋନୋ ଆପ୍ ଅପଡେଟ କରିବା ପାଇଁ ଏହି ମେସେଜ ଆସିଥିଲା ା ସେହି ମ୍ୟାସେଜରେ ଥିବା ଲିଙ୍କରେ କ୍ଲିକ କଲେ ୟୋନୋ ଆପ ଅପଡେଟ ହୋଇଯିବ ବୋଲି ଲେଖାଥିଲା। କାଳେ ୟୋନୋ ଆପ ବନ୍ଦ ହୋଇଯିବ ତାହା ଭାବି ପିତାମ୍ବର ସେହି ଲିଙ୍କ ଉପରେ କ୍ଲିକ୍ କରିଥିଲେ। କିଛି ସମୟ ପରେ ତାଙ୍କ ମୋବାଇଲକୁ ଏକ ଫୋନ କଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣଙ୍କ ଷ୍ଟେଟବ୍ୟାଙ୍କର କଲ ସେଣ୍ଟରରୁ କହୁଛି ବୋଲି ଜଣାଇଥିଲେ। ମୋବାଇଲକୁ ଯାଇଥିବା ଓଟିପି କହିବା ପରେ ୟୋନୋ ଆପ୍ ଅପଡେଟ ହୋଇଯିବ ବୋଲି ସାଇବର ଠକ ଜଣଙ୍କ ପିତାମ୍ବରଙ୍କୁ କହିଥିଲେ। ସାଇବର ଠକଙ୍କ କଥାରେ ବିଶ୍ବାସ କରି ପିତାମ୍ବର ଓଟିପି ଦେବାପରେ ପ୍ରଥମେ ୨ ଲକ୍ଷ ୯୯ ହାଜର ୯୯୯ ଟଙ୍କା କଟି ଯାଇଥିଲା। ଏହା ଦେଖି ସାଇବର ଠକଙ୍କୁ ପିତାମ୍ବର ଟଙ୍କା କଟିଯିବା ବିଷୟରେ ପଚାରିବା ପରେ ସର୍ଭରରେ ସମସ୍ୟା ରହିଛି ତେଣୁ ଆଉ ଗୋଟିଏ ଓଟିପି ଦେଲେ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଫେରିଯିବ ବୋଲି ସାଇବର ଠକ ଜଣଙ୍କ ପିତାମ୍ବରଙ୍କୁ ବୁଝାଇଥିଲେ। ହେଲେ ପିତାମ୍ବର ସେହି ଓଟିପି ଦେବା ପରେ ପୁଣିଥରେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୯୯ ହଜାର ୯୯୯ ଟଙ୍କା କଟି ଯାଇଥିଲା। ଦୁଇଥରରେ ୫ ଲକ୍ଷ ଟଙ୍କା କଟି ଯିବା ପରେ ପିତାମ୍ବର ତୁରନ୍ତ ନିଜ ବ୍ୟାଙ୍କ ଶାଖାକୁ ଯାଇ ପଚରାଉଚରା କରିଥିଲେ। ବ୍ୟାଙ୍କ ପକ୍ଷରୁ କୌଣସି କଲ୍ ଯାଇନଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ପିତାମ୍ବରଙ୍କୁ କହିବା ସହ ସେ ଠକେଇର ଶିକାର ହୋଇଥିବା ଜଣାଇଥିଲେ। ଏହାପରେ ପିତାମ୍ବର ଥାନାକୁ ଯାଇ ଅଭିଯୋଗ କରିଥିଲେ।
BREAKING NEWS
- Brown Sugar Seizure: ବ୍ରାଉନସୁଗାର ସହ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ, ୨ ଅଭିଯୁକ୍ତ ଅଟକ
- Bhitarkanika: ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି; ୨୦ଟି ଧଳା କୁମ୍ଭୀର…
- ଜାନୁଆରୀ ୨୧ରୁ ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’ ଆରମ୍ଭ…
- ସରିଗଲା କି ଜାଡେଜାଙ୍କ ଦିନିକିଆ କ୍ୟାରିୟର
- ଖଣି ମନ୍ତ୍ରୀଙ୍କୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନିଜର ଦକ୍ଷତାର ପ୍ରମାଣ ଦିଅନ୍ତୁ: ବିଜେଡି
- ବଦଳିବ ଓଡ଼ିଶା ସରକାରଙ୍କ ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ
- ଅନୀସ ବଜମୀଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ଅକ୍ଷୟ କୁମାର, ବିଦ୍ୟା ବାଲାନ
- Majhighariani Temple: ସରିଲା ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଗଣତି; ଏତିକି କୋଟି ଟଙ୍କା ସହ ବିଦେଶୀ ନୋଟ ମିଳିଲା
- ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ନୀତିନ ନବୀନ
- From Il-78 to MRTT: IAFକୁ ମିଳିବ ନୂତନ ଶକ୍ତି; ୬ଟି MRTT ବିମାନ କ୍ରୟକୁ ମିଳିଲା ମଞ୍ଜୁରୀ
Comments are closed.