ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ଭିଡିଓ କଣ୍ଟେଣ୍ଟର ଚାହିଦା ବଢ଼ିବାରେ ଲଗଛି। କିନ୍ତୁ ସମସ୍ତଙ୍କ ପାଖରେ କ୍ୟାମେରା ନଥାଏ କିମ୍ବା ସୁଟିଂ ଓ ଏଡିଟିଂ ପାଇଁ ସମୟ ମିଳେ ନାହିଁ। ଏପରି ପରିସ୍ଥିତିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଭିଡିଓ ଜେନେରେସନ ଟୁଲ୍ସ ଏକ ନୂଆ ଓ ସହଜ ସମାଧାନ ହୋଇ ଆସିଛି। ଏବେ ଆପଣ ବିନା କ୍ୟାମେରା ଓ ଷ୍ଟୁଡିଓରେ ପ୍ରୋଫେସନାଲ ଭିଡିଓ ତିଆରି କରି ସୋସିଆଲ ମିଡିଆ ଜରିଆରେ ଭଲ ରୋଜଗାର କରିପାରନ୍ତି।
ଏଆଇ ଭିଡିଓ କ’ଣ?
ଏଆଇ ଭିଡିଓ ହେଉଛି ଏପରି ଭିଡିଓ, ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସାହାଯ୍ୟରେ ତିଆରି ହୁଏ। ଏଥିରେ ଆପଣ କେବଳ ଟେକ୍ସଟ ଇନପୁଟ ଦିଅନ୍ତି, ଏବଂ ଏଆଇ ସେହି ଟେକ୍ସଟ ଆଧାରରେ ଭିଡିଓ ନିଜେ ତିଆରି କରେ। ଏଥିରେ ଭଏସଓଭର, ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ, ଆନିମେସନ, ଭର୍ଚୁଆଲ ଅଭତାର ଓ ମୁଭମେଣ୍ଟ ସବୁ ଅଟୋମେଟିକ ଭାବେ ତିଆରି ହୁଏ।ଏଆଇ ଭିଡିଓ ତିଆରିର ଟପ୍ ଏଆଇ ଭିଡିଓ ଟୁଲ୍ସ ବିଷୟରେ ଆମେ ଆପଣଙ୍କୁ ଜଣାଉଛୁ , ଯେଉଁଗୁଡ଼ିକ ମାଧ୍ୟମରେ ଆପଣ କିଛି ମିନିଟର ଉଚ୍ଚମାନର କଣ୍ଟେଣ୍ଟ ତିଆରି କରିପାରିବେ:
- Synthesia.io: ଏହା ଭର୍ଚୁଆଲ ଜରିଆରେ ଭିଡିଓ ତିଆରି କରିପାରେ ଏବଂ ୧୨୦ରୁ ଅଧିକ ଭାଷାରେ ଭଏସଓଭର ସୁବିଧା ଦେଇଥାଏ। ଏଥିରେ କ୍ୟାମେରାର ଆବଶ୍ୟକତା ନାହିଁ।
- Pictory.ai: ବ୍ଲଗ କିମ୍ବା ଟେକ୍ସଟକୁ ଭିଡିଓରେ ପରିଣତ କରିବା ପାଇଁ ଏକ ଉତ୍ତମ ଟୁଲ। ଏହା ନିଜେ ସବଟାଇଟଲ ଯୋଡ଼ିଦେଇଥାଏ।
- Lumen5: ଟେକ୍ସଟକୁ ସ୍ଲାଇଡଶୋ ଭିଡିଓରେ ପରିଣତ କରିବା ପାଇଁ ଏକ ଚମତ୍କାର ଟୁଲ, ଖାସକରି ୟୁଟ୍ୟୁବ ଓ ଇନଷ୍ଟାଗ୍ରାମ ରିଲ୍ସ ପାଇଁ ଉପଯୋଗୀ।
- InVideo: ଏଥିରେ ରେଡିମେଡ ଟେମ୍ପଲେଟ ଓ ଏଆଇ-ଆଧାରିତ ସ୍କ୍ରିପ୍ଟିଂ ଟୁଲ୍ସ ମିଳିଥାଏ, ଯାହା ମାର୍କେଟିଂ ଓ ଶିକ୍ଷାଗତ ଭିଡିଓ ତିଆରି ପାଇଁ ସହାୟକ।
ଏଆଇ ଭିଡିଓରୁ ରୋଜଗାର କିପରି କରିବେ?
ଏବେ ପ୍ରଶ୍ନ ହେଉଛି, ଏହି ଭିଡିଓ ମାଧ୍ୟମରେ ରୋଜଗାର କିପରି କରାଯିବ? ଆସନ୍ତୁ ଜାଣିବା କିଛି ପ୍ରଭାବଶାଳୀ ଉପାୟ:
- ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରନ୍ତୁ: ଏଆଇ ଟୁଲ୍ସ ମାଧ୍ୟମରେ ଶିକ୍ଷାଗତ, ପ୍ରେରଣାଦାୟୀ କିମ୍ବା ତଥ୍ୟମୂଳକ ଭିଡିଓ ତିଆରି କରି ୟୁଟ୍ୟୁବରେ ଅପଲୋଡ କରନ୍ତୁ। ଚ୍ୟାନେଲ ମୋନେଟାଇଜ୍ ହେବା ପରେ ଆଡସେନ୍ସ ମାଧ୍ୟମରେ ରୋଜଗାର ଆରମ୍ଭ ହେବ।
- ଇନଷ୍ଟାଗ୍ରାମ ରିଲ୍ସ ଓ ଫେସବୁକ ଭିଡିଓ: ଏଆଇ ଜରିଆରେ ଛୋଟ ଛୋଟ ଭିଡିଓ ତିଆରି କରି ରିଲ୍ସରେ ସେୟାର କରନ୍ତୁ। ଏହା ମାଧ୍ୟମରେ ରିଲ୍ସ ବୋନସ ପ୍ରୋଗ୍ରାମ, ବ୍ରାଣ୍ଡ ପାର୍ଟନରଶିପ ଓ ଆଫିଲିଏଟ ପ୍ରୋମୋସନ ଜରିଆରେ ରୋଜଗାର କରାଯାଇପାରେ।
- ଫ୍ରିଲାନ୍ସିଂ: Fiverr, Upwork ଭଳି ପ୍ଲାଟଫର୍ମରେ ଗ୍ରାହକଙ୍କ ପାଇଁ ଏଆଇ ଭିଡିଓ ତିଆରି କରି ରୋଜଗାର କରାଯାଇପାରେ। ଏହା ଏକ ଉତ୍ତମ ଦକ୍ଷତା-ଆଧାରିତ ଆୟର ଉତ୍ସ।
- ଆଫିଲିଏଟ ମାର୍କେଟିଂ: ଏଆଇ ଭିଡିଓ ଜରିଆରେ କୌଣସି ପ୍ରୋଡକ୍ଟ କିମ୍ବା ସେବାର ପ୍ରୋମୋସନ କରି ପ୍ରତି ବିକ୍ରିରେ କମିସନ ହାସଲ କରାଯାଇପାରେ।
ଏଆଇ ଭିଡିଓ ଟୁଲ୍ସ ସମୟ ଓ ଖର୍ଚ୍ଚ ବଞ୍ଚାଇବା ସହ ସାଧାରଣ ବ୍ୟକ୍ତିଙ୍କୁ ମଧ୍ୟ ପ୍ରୋଫେସନାଲ କଣ୍ଟେଣ୍ଟ ତିଆରି କରିବାରେ ସକ୍ଷମ କରୁଛି। ଭାରତରେ ୟୁଟ୍ୟୁବରେ ୪୫୦ ନିୟୁତରୁ ଅଧିକ ଆକ୍ଟିଭ ଉପଭୋକ୍ତା ଓ ଇନଷ୍ଟାଗ୍ରାମରେ ୪୦୦ ନିୟୁତ ଉପଭୋକ୍ତା ରହିଛନ୍ତି, ଯାହା ଏଆଇ ଭିଡିଓ ମାଧ୍ୟମରେ ରୋଜଗାରର ବିଶାଳ ସୁଯୋଗ ସୃଷ୍ଟି କରୁଛି। ଏକ ରିପୋର୍ଟ ଅନୁଯାୟୀ, ଭାରତରେ ଏଆଇ-ଆଧାରିତ କଣ୍ଟେଣ୍ଟ କ୍ରିଏଟରମାନେ ମାସିକ ୧୦,୦୦୦ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି, ଖାସକରି ୟୁଟ୍ୟୁବ ଓ ଇନଷ୍ଟାଗ୍ରାମ ମାଧ୍ୟମରେ।
କିପରି ଆରମ୍ଭ କରିବେ?
- ଟୁଲ ବାଛନ୍ତୁ: ଆପଣଙ୍କ ଆବଶ୍ୟକତା ଅନୁଯାୟୀ Synthesia, Pictory, Lumen5 କିମ୍ବା InVideo ଭଳି ଟୁଲ ବ୍ୟବହାର କରନ୍ତୁ।
- ନିକ୍ ନିର୍ଦ୍ଧାରଣ: ଶିକ୍ଷା, ଫିଟନେସ, ଟେକ୍ନୋଲୋଜି କିମ୍ବା ଲାଇଫଷ୍ଟାଇଲ ଭଳି ଏକ ନିର୍ଦ୍ଦିଷ୍ଟ ବିଷୟ ବାଛନ୍ତୁ।
- ନିୟମିତ ପୋଷ୍ଟିଂ: ସୋସିଆଲ ମିଡିଆରେ ନିୟମିତ ଭାବେ ଭିଡିଓ ପୋଷ୍ଟ କରନ୍ତୁ ଓ ଓଡିଏନ୍ସ ବଢ଼ାନ୍ତୁ।
- ମୋନେଟାଇଜେସନ ରଣନୀତି: ୟୁଟ୍ୟୁବ ଆଡସେନ୍ସ, ରିଲ୍ସ ବୋନାସ, ବ୍ରାଣ୍ଡ ଡିଲ କିମ୍ବା ଆଫିଲିଏଟ ମାର୍କେଟିଂରେ ଯୋଗ ଦିଅନ୍ତୁ।
Comments are closed.