Latest Odisha News

BREAKING NEWS

ୟୁଟ୍ୟୁବରେ ଭିିଡିଓ ଅପଲୋଡ୍ କରୁଥିଲେ ସାବଧାନ ! 48 ଲକ୍ଷ ଚ୍ୟାନେଲ ହେଲା ବ୍ୟାନ

ନୂଆଦିଲ୍ଲୀ: ଯଦି ଆପଣ ୟୁଟ୍ୟୁବରେ ଭିଡିଓ ଅପଲୋଡ୍ କରୁଛିନ୍ତି ତେବେ ସାବଧାନ ହୋଇଯାନ୍ତୁ। କାହିଁକି ନା ୟୁଟ୍ୟୁବ ତାର କମ୍ୟୁନିଟି ଗାଇଡଲାନ ଆହୁରି କଠୋର କରିଛି। ଏହା ବିରୋଧରେ ଯେଉଁମାନେ କଣ୍ଟେଟ ପ୍ରସ୍ତୁତ କରୁଛନ୍ତି  ୟୁ୍ଟ୍ୟୁବ ସେଗୁଡିକୁ ଡିଲିଟ କରୁଛି। ଭାରତର ବିଭିନ୍ନ ଚ୍ୟାନେଲର 30 ଲକ୍ଷ ଭିଡିଓ ଡିଲିଟ କରିଛି ୟୁଟ୍ୟୁବ। କେବଳ ଭାରତନ ନୁହେଁ ପୂରା ବିଶ୍ୱରେ ଏପରି ବିଭିନ୍ନ ୟୁଟ୍ୟୁବ ଚ୍ୟାନେଲର 95 ଲକ୍ଷ ଭିଡିଓ ଡିଲିଟ କରାଯାଇଛି। ୟୁଟ୍ୟୁବ କମ୍ୟୁନିଟି ଗାଇଡଲାଇନ ବାହାରେ ଯେଉଁମାନେ କଣ୍ଟେଟ ବନାଉଥିଲେ ସେମାନଙ୍କର ଭିଡିଓ ଡିଲିଟ କରାଯାଇଛି ବୋଲି ଜଣାପଡ଼ିଛି।

ୟୁଟ୍ୟୁବରେ କଠୋର କଣ୍ଟେଟ ପୋଲିସି ରହିଛି। ଭିଡିଓରେ ଯଦି କୌଣସି ପ୍ରକାର ହେଟ୍ ସ୍ପିଚ୍ ରହିଥିବ ଏବଂ ଉତ୍ପୀଡ଼ନ, ହିଂସା ଓ ଭୁଲ ତଥ୍ୟ ରହିଥିଲେ ୟୁଟ୍ୟୁବ ଏହାକୁ ଡିଲିଟ କରୁଛି। ଦର୍ଶକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ, ୟୁଟ୍ୟୁବ୍ ପ୍ରଥମେ   ଗାଇଡଲାଇନ ବାହାରେ ହେଉଥିବା ଭିଡିଓକୁ ଚେକ୍ କରିଥାଏ। ଏଥିପାଇଁ AI- ପାୱାର୍ଡ ଡିଟେକ୍ସନ ସିଷ୍ଚମ  ଏବଂ ମାନବ ମୋଡରେଟର୍ ବ୍ୟବହାର କରିଥାଏ ୟୁଟ୍ୟୁବ। ଏହା ଦ୍ୱାରା ୟୁଟ୍ୟୁବ, ଗାଇଡଲାଇନ ବାହାରେ ହୋଇଥିବା ଭିଡିଓକୁ ଡିଲିଟ କରିଥାଏ।

ୟୁଟ୍ୟୁବ୍ ଦ୍ୱାରା ଡିଲିଟ୍ କରାଯାଇଥିବା ସର୍ବାଧିକ ସଂଖ୍ୟକ ଭିଡିଓରେ ଶିଶୁ ସୁରକ୍ଷାର ଉଲ୍ଲଂଘନ ହୋଇଥିଲା।  ପରିସଂଖ୍ୟାନ ଅନୁଯାୟୀ, 5 ମିଲିୟନ୍ (50 ଲକ୍ଷ) ରୁ ଅଧିକ ଭିଡିଓ ଏମିତି ରହିଥିଲା ​​ଯାହା ପିଲାଙ୍କ ପାଇଁ କ୍ଷତିକାରକ ବୋଲି ଜଣାପଡ଼ିଥିଲା। ଏହା ବ୍ୟତୀତ, ଅନ୍ୟ କାରଣଗୁଡିକ ମଧ୍ୟ ରହିଛି। ଡିଲିଟ କରାଯାଇଥିବା ଭିଡିଓରେ ବିପଜ୍ଜନକ ବିଷୟବସ୍ତୁ, ନିର୍ଯ୍ୟାତନା, ହିଂସାତ୍ମକ ବିଷୟବସ୍ତୁ, ସ୍ପାମ୍ ଏବଂ ଭୁଲ ସୂଚନା, ନକଲି ଚ୍ୟାନେଲ ଏବଂ ଘୃଣା ମନ୍ତବ୍ୟ ଆଦି ରହିଥିଲା।

ୟୁଟ୍ୟୁବ୍ କେବଳ ଭିଡିଓ ନୁହେଁ 4.8 ମିଲିୟନ୍ (48 ଲକ୍ଷ) ଚ୍ୟାନେଲ୍ ମଧ୍ୟ ଡିଲିଟ କରିଛି। ଏହି ଚ୍ୟାନେଲଗୁଡ଼ିକ ମଧ୍ୟରୁ ଅଧିକାଂଶ ସ୍ପାମ୍ ଏବଂ ଠକେଇର ପ୍ରସାର ପାଇଁ ହୋଇଥିଲା। ଯେତେବେଳେ କୌଣସି ଚ୍ୟାନେଲ୍ ୟୁଟ୍ୟୁବ ପକ୍ଷରୁ ଡିଲିଟ କରାଯାଇଥାଏ, ଏହାର ସମସ୍ତ ଭିଡିଓ ମଧ୍ୟ ପ୍ଲାଟଫର୍ମରୁ ଡିଲିଟ ହୋଇଯାଏ। ୟୁଟ୍ୟୁବର ଏପରି କାର୍ଯ୍ୟାନୁଷ୍ଠାନରେ, ପ୍ରାୟ 54 ମିଲିୟନରୁ ଅଧିକ (5.4 କୋଟି) ଭିଡିଓ ଡିଲିଟ କରାଯାଇଛି।

Comments are closed.