Latest Odisha News

BREAKING NEWS

ଭୁଲ ମାଗିଲେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଶୁଭଙ୍କର, କହିଲେ ପୁରୀ ହେଉଛି ମୋର….

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ମହାପ୍ରଭୁଙ୍କ ପରମ୍ପରାକୁ ନେଇ କରିଥିବା ଏକ ମନ୍ତବ୍ୟ ପାଇଁ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ତଥା ୟୁଟ୍ୟୁବର ଶୁଭଙ୍କର ମିଶ୍ର ନିଜର ଅଫିସିଆଲ ଚ୍ୟାନେଲରେ ଏକ ଭିଡିଓ ଜାରି କରି ନିଃଶର୍ତ୍ତ କ୍ଷମା ମାଗିଛନ୍ତି।

ଶୁଭଙ୍କର ଭିଡିଓରେ କହିଛନ୍ତି, “ମୋର କୌଣସି ମନ୍ତବ୍ୟରୁ ଯଦି କାହାର ଭାବନାରେ ଆଘାତ ଲାଗିଛି, ତାହା ଅଜାଣତରେ ହୋଇଛି। ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା। ପୁରୀ ଧାମ ପ୍ରତି ମୋର ଅପାର ଭକ୍ତି ଓ ଶ୍ରଦ୍ଧା ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ମୋର ଆରାଧ୍ୟ ଦେବତା। ପୁରୀକୁ ମୁଁ ନିଜର ଘର ଭାବୁଛି। ଓଡ଼ିଶାର ଲୋକେ ମୋତେ ଅପାର ସ୍ନେହ ଓ ଶ୍ରଦ୍ଧା ଦେଛନ୍ତି। ଜାଣିଶୁଣି ମୁଁ କୌଣସି ପରମ୍ପରାକୁ ଆଘାତ ଦେଇନି। ତଥାପି ଯଦି କାହାର ମନକୁ ଆଘାତ ଦେଇଛି, ମୁଁ ହୃଦୟଙ୍ଗମ ହୋଇ କ୍ଷମା ମାଗୁଛି।”

ଏହା ପୂର୍ବରୁ ଶୁଭଙ୍କରଙ୍କ ଏକ ଭିଡିଓରେ ଶ୍ରୀମନ୍ଦିର ପରିଚାଳନା ଓ ପରମ୍ପରାକୁ ନେଇ କରିଥିବା କେତେକ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ପୁରୀ ସିଂହଦ୍ୱାର ଥାନାରେ ମଧ୍ୟ ଏତଲା ଦାଖଲ ହୋଇଥିଲା। ଜଗନ୍ନାଥ ଭକ୍ତ ଓ ବିଭିନ୍ନ ସଂଗଠନ ପକ୍ଷରୁ ଶୁଭଙ୍କରଙ୍କ ବିରୁଦ୍ଧରେ କଡ଼ା ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। କ୍ଷମା ଭିଡିଓ ପ୍ରକାଶ ପାଇବା ପରେ ଅନେକ ଭକ୍ତ ଓ ଦର୍ଶକ ଶୁଭଙ୍କରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ତେବେ କେତେକ ସଂଗଠନ ଏହାକୁ ଯଥେଷ୍ଟ ନମାନି ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ଦାବି କରୁଛନ୍ତି।

Comments are closed.