ମାଲେସିଆ: କୌଣସି ଦେଶ ପାଇଁ ଏହାର ଜାତୀୟ ପତାକା ଅତ୍ୟନ୍ତ ସମ୍ମାନଜନକ । ଏହି ଜାତୀୟ ପତାକା ଦେଶର ସ୍ୱାଭିମାନ ଓ ଗୌରବମୟ ଐତିହ୍ୟର ପରିଚିତି ବହନ କରେ । ବିଭିନ୍ନ ଦେଶର ଜାତୀୟ ପତାକାକୁ ଚିହ୍ନିବା ସମସ୍ତଙ୍କ ପାଇଁ ସହଜ ହୋଇ ନ ଥାଏ । କିନ୍ତୁ ମାଲେସିଆର ଜଣେ ମାତ୍ର ଆଠ ବର୍ଷର କୁନି ଝିଅ କମ ସମୟରେ ୨୫୪ ରୁ ଅଧିକ ଦେଶର ପତାକାକୁ ଚିହ୍ନି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ।
ମାଲେସିଆର ପେନାଙ୍ଗରେ ରହୁଥିବା ଏହି ଝିିଅଟିର ନାମ ହେଉଛି ଅମୃତା ମାଟିୱାନନ୍ । ବୟସ ୮ ବର୍ଷ । ୨୫୪ ଦେଶର ପତାକାକୁ ମାତ୍ର ୪ ମିନିଟ୍ ୨୧ ସେକେଣ୍ଡରେ ଚିହ୍ନି ଅମୃତା ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ରେକର୍ଡକୁ କଲାମ ବିଶ୍ୱ ରେକର୍ଡରେ ଅନ୍ତର୍ଭୁକ୍ତ କରାଯାଇଛି । ଏହା ବ୍ୟତୀତ ତିନୋଟି ଭିନ୍ନ ସଂଗଠନ ମଧ୍ୟ ଏହାକୁ ଅନୁମୋଦନ କରିଛନ୍ତି । ଏଥିରେ କାନାଡାର କିଡ୍ସ ୱାର୍ଲ୍ଡ ରେକର୍ଡସ, ଆନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡସ ଏବଂ ଜ୍ୟାକିଙ୍କ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଅନ୍ତର୍ଭୁକ୍ତ ।
ଅମୃତାଙ୍କ ମାଅ।। ଶାଲିନୀ କହିଛନ୍ତି ଯେ, ଅମୃତାର ବିଭିନ୍ନ ଦେଶର ପତାକା ପ୍ରତି ଆଗ୍ରହ ନ ଥିଲା । ମାର୍ଚ୍ଚରେ ସ୍କୁଲ ଛୁଟି ହେବାରୁ ସେତେବେଳେ ସେ ଦେଶର ନାମ ଏବଂ ପତାକା ଚିହ୍ନିବା ଆରମ୍ଭ କରିଥିଲେ । ମାର୍ଚ୍ଚରୁ ଆରମ୍ଭ ହୋଇ ଏପ୍ରିଲ୍ ଶେଷରେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିବା ପ୍ରକୃତରେ ବଡ଼ କଥା । ସେ ନିଜେ ବି ଜାଣି ନଥିଲେ ଯେ, ତାଙ୍କ ଝିଅର ସ୍ମୃତିଶକ୍ତି ଏତେ ତୀକ୍ଷ୍ଣ ବୋଲି ।
Comments are closed.