Latest Odisha News

BREAKING NEWS

କୋଭିଡ଼-19 ଯୋଦ୍ଧାଙ୍କୁ ଧନ୍ୟବାଦ ଜ୍ଞାପନ ପାଇଁ ଦେଶ ସହ ସାମିଲ ହେଲା ଭାରତୀୟ ତଟରକ୍ଷୀ ବାହିନୀ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ କୋଭିଡ଼-19 ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଥିବା କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେବା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛି । ଦେଶରେ କରୋନା ମହାମାରୀ ସଂପ୍ରସାରଣକୁ ରୋକିବା ନିମନ୍ତେ ଏହି ଯୋଦ୍ଧାମାନେ ସକାରାତ୍ମକ ଭାବେ ସାମିଲ ହୋଇଛନ୍ତି ।
ସେମାନେ ଅତିରିକ୍ତ ଗୋଷ୍ଠୀ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହା ଫଳରେ ସେମାନେ ନାବିକ, ବିୋଷ କରି ମତ୍ସ୍ୟଜୀବୀ ଗୋଷ୍ଠୀ, ବନ୍ଦର ଓ ଅନ୍ୟାନ୍ୟ ଏଜେନ୍ସିମାନଙ୍କୁ କରୋନା ସଂକ୍ରମଣ ସଂପର୍କରେ ସଚେତନ କରାଉଛନ୍ତି ।  ଭାରତୀୟ ତଟରକ୍ଷୀ ବାହିନୀର ବିଭିନ୍ନ ୟୁନିଟ୍‌ ସ୍ଥାନୀୟ ପ୍ରଶାସନକୁ ଏହି କାର୍ଯ୍ୟ, ଯଥା ଗରିବ ଓ ସ୍ଥାନାନ୍ତରୀତ ଶ୍ରମିକମାନଙ୍କୁ ଖାଦ୍ୟସାମଗ୍ରୀ/ ଖାଦ୍ୟ ବଣ୍ଟନରେ ସହଯୋଗ କରୁଛନ୍ତି । ଏହା ବ୍ୟତୀତ, ଆଇସିଜି ପ୍ରତିରକ୍ଷା ମନ୍ତ୍ରଣାଳୟର ଛାମୁଆ ଭାଗରେ ରହି କୋଭିଡ଼ ଯୋଦ୍ଧାଙ୍କ କାର୍ଯ୍ୟକୁ ପ୍ରଶଂସା କରି ଆସୁଛନ୍ତି ।

ଆଇସିଜି ମଧ୍ୟ “ କୋଭିଡ଼-19 ଯୋଦ୍ଧାଙ୍କୁ ଭାରତର ଧନ୍ୟବାଦ” କାର୍ଯ୍ୟରେ ଅଂଶଗ୍ରହଣ କରୁଛି । ଏହି ଅବସରରେ ସେମାନେ ତଟରକ୍ଷା କାର୍ଯ୍ୟରେ ନିୟୋଜିତ ଜାହାଜରେ ଦୀପ ପ୍ରଜ୍ଵଳନ କରିବା ସହ କରୋନା ରୋଗୀ ଚିକିତ୍ସିତ ହେଉଥିବା ହସପିଟାଲଗୁଡ଼ିକ ଉପରେ ପୁଷ୍ପବୃଷ୍ଟି କରିବାକୁ ସ୍ଥିର କରିଛି । କୋଭିଡ଼-19 ଯୋଦ୍ଧାଙ୍କ କାର୍ଯ୍ୟକୁ ଏହି ଜାହାଜମାନଙ୍କ ଜରିଆରେ ପ୍ରଶଂସା ତଥା ଧନ୍ୟବାଦ ଜ୍ଞାପନ କରାଯିବ । ମେ 3, 2020ରେ ଦେଶର ସମଗ୍ର ଉପକୂଳର 25ଟି ସ୍ଥାନରେ ଥିବା ତଟରକ୍ଷୀ ବାହିନୀ ଜାହାଜ ଉପରେ ଦୀପ ପ୍ରଜ୍ଜ୍ୱଳନ କରାଯିବ । ସେଥି ମଧ୍ୟରେ ଅତି ଦୂରନ୍ତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପ ଓ ମିନିକଏ ଦ୍ୱୀପପୁଞ୍ଜ ସାମିଲ । ଏହା ବ୍ୟତୀତ, ଆଇସିଜିର ହେଲିକପ୍ଟର ମଧ୍ୟ ଦେଶର ପାଞ୍ଚଟି ସ୍ଥାନରେ କୋଭିଡ଼-19 ହସପିଟାଲ ଉପରେ ପୁଷ୍ପ ବୃଷ୍ଟି କରିବ ।

ମୋଟ 46ଟି ଆଇସିଜି ଜାହାଜ ଏବଂ ପ୍ରାୟ 10ଟି ହେଲିକପ୍ଟର ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଆଇସିଜି ଜାହାଜ ଏବଂ ବିମାନମାନ ନିମ୍ନଲିଖିତ ସ୍ଥାନରେ ଧନ୍ୟବାଦ ଜ୍ଞାପନ କାର୍ଯ୍ୟକ୍ରମରେ ସାମିଲ ହେବ:

Leave A Reply

Your email address will not be published.