Latest Odisha News

BREAKING NEWS

ଘାଟିରେ ଓଲଟିଲା ସୁରଟରୁ ଓଡ଼ିଆ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍‌

ଫୁଲବାଣୀ: ଗୁଜରାଟର ସୁରଟରୁ ଏକ ବସ ଯୋଗେ ଓଡ଼ିଆ ପ୍ରବାସୀ ଫେରୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା କଳିଙ୍ଗା ଘାଟି ନିକଟସ୍ଥ ଅନ୍ଧାରକୋଟରେ ଏହି ଯାତ୍ରୀବାହି ବସଟି ଓଲଟି ପଡ଼ିଛି । ଏହି ବସଟି ଗଞ୍ଜାମ ଅଭିମୁଖେ ଯାଉଥିଲା ।

ଏହି ବସରେ ସମୁଦାୟ ୫୦ ଯାତ୍ରୀ ରହିଥିଲେ । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ଚିକିତ୍ସା ଲାଗି ପଠାଇଦିଆଯାଇଛି ।

Leave A Reply

Your email address will not be published.