ବ୍ରହ୍ମପୁର; ସେନାରେ ନିଯୁକ୍ତି ପାଇବା ନିମନ୍ତେ ଜାଲ୍ ରେସିଡେଣ୍ଟ ସାର୍ଟିଫିକେଟ ଦେଇଥିବା ଅଭିଯୋଗରେ ଗୋପାଳପୁର ଥାନା ପୁଲିସ ୨ ଜଣ ଯୁବକ ସମେତ ଜାଲ ରେସିଡାଣ୍ଟ ପ୍ରସୃତ କରିଥିବା ଜନସେବା କେନ୍ଦ୍ର ମାଲିକକୁ ଗିରଫ କରାଯାଇଛି ।
ଅନ୍ୟ ପଟେ ଜାଲ ମାଟ୍ରିକ ସାର୍ଟିଫିକେଟ ମାମଲାରେ ଅନ୍ୟ ୨ ଜଣ ଫେରାର ଥିବା ପୁଲିସ ସୂଚନା ଦେଇଛି। କୋର୍ଟ ଚାଲାଣ ହୋଇଥିବା ୨ ଯୁବକ ହେଲେ ଗୋଳନ୍ଥରା ଥାନା ସୁଭାଣି ଗ୍ରାମର ବୋରା ଲୋକେଶ ଓ ବୋରା ଉମାପତି ରେଡ଼ି ଏବଂ ଜନ ସେବା କେନ୍ଦ୍ରର ମାଲିକ ବନମାଳୀ ବେହେରା ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି ।
ଅନ୍ୟ ପଟେ ଫେରାର ଥିବା ୨ ଯୁବକ ସୁବାଣୀ ର ମୁକେଶ ବେହେରା ଓ କବିସୂର୍ଯ୍ୟନଗର ର ନରସିଂହ ସ୍ବାଇଁ ଫେରାର ଥିବା ଜଣାପଡିଛି।
ତଦନ୍ତ ବେଳେ ଲୋକେଶ ଓ ଉମାପତିକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨ ଟି ଜାଲ ରେସିଡାଣ୍ଟ ସାର୍ଟିଫିକେଟ ସହିତ ପ୍ରସୃତରେ ବ୍ୟବହୃତ କମ୍ପ୍ୟୁଟର ଜବତ କରାଯାଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୨୧ମସିହା ମାର୍ଚ୍ଚ ୨୫ରୁ ଏପ୍ରିଲ୍ ୬ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏୟାର୍ଷ୍ଟ୍ରିପ୍ ପରିସରରେ ଗୋଳାବନ୍ଧ ଆର୍ମି ଏଡି କଲେଜ ପକ୍ଷରୁ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହୋଇଥିଲା।
ଏଥିରେ କିଛି ଯୁବକ ଚାକିରି ପାଇବା ଆଶାରେ ଜାଲ ସାର୍ଟିଫିକେଟ ଦେଇ ଥିବା ସନ୍ଦେହରେ ସେନା ତରଫରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।
ଏହି କ୍ରମରେ ଅନୁଷ୍ଠିତ ଆର୍ମି ସେନା ନିଯୁକ୍ତି ରାଲି ଜାଲ ରେସିଡାଣ୍ଟ ସାର୍ଟିଫିକେଟ ଦେଇ ଲୋକେଶ, ଉମାପତି ଓ ମୁକେଶ ବେହେରା ପ୍ରମୁଖ ଶାରୀରିକ ପରୀକ୍ଷାରେ ପାସ ହୋଇଥିଲେ । ପରେ ସେନା ପକ୍ଷରୁ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା ।
ଯାଞ୍ଚ ବେଳେ ତିନ ଯୁବକଙ୍କ ଜାଲ ରେସିଡେନ୍ସ ସାର୍ଟିଫିକେଟ ଦେଇଥିବା ଅଧିକାରୀମାନେ ଜାଣିବା ପରେ ପୁଲିସ ସମେତ ବିଭାଗୀୟ ଅଧିକାରୀ ଠାରେ ଅଭିଯୋଗ କରିଥିଲେ ।
ଏହା ନେଇ ଗତ ୨୦୨୧ ମସିହା ସେପ୍ଟେମ୍ବର ୯ ତାରିଖରେ ଚିକିଟି ତହସିଲ ପକ୍ଷରୁ ୩ ଯୁବକ ଜାଲ ରେସିଡେଣ୍ଟ ସାର୍ଟିଫିକେଟ ପ୍ରଦାନ କରିଥିବା ରିପୋର୍ଟ ଦେଇଥିଲେ । ଏହା ସହ କବିସୂର୍ଯ୍ୟନଗରର ନରସିଂହ ସ୍ବାଇଁଙ୍କ ମାଟ୍ରିକ୍ ସାର୍ଟିଫିକେଟ୍ ଜାଲ୍ ବୋଲି କେରଳର ରାଜ୍ୟ ସରକାରଙ୍କ ତରଫରୁ ସୂଚନା ମିଳିଥିଲା ।
ଏହାକୁ ଆଧାର କରି ସେନା ପକ୍ଷରୁ ଗତ ଏପ୍ରିଲ ୨୩ ତାରିଖରେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୬୮/୨୨ରେ ଏକ ମାମଲା ରୁଜୁ କରି ହୋଇଥିଲା ।
ତଦନ୍ତ ବେଳେ ଉଭୟ ଉମାପତି ଓ ଲୋକେଶକୁ ଆଣି ପଚରାଉଚରା ସମୟରେ ସେମାନେ ତାଙ୍କ ଗ୍ରାମରେ ଥିବା ଏକ ଜନସେବା କେନ୍ଦ୍ରର ମାଲିକ ବନମାଳୀ ବେହେରା ସାର୍ଟିଫିକେଟ ପ୍ରସୃତ କରୁଥିବା କହିଥିଲେ ।
ସେଠାରୁ ୩ ଅଭିଯୁକ୍ତ ଜାଲ ରେସିଡାଣ୍ଟ ସାର୍ଟିଫିକେଟ ସଂଗ୍ରହ କରିଥିଲେ।ଲୋକେଶ, ଉମାପତି ଓ ମୁକେଶ ଉକ୍ତ ଜାଲ ରେସିଡେନ୍ସ ସାର୍ଟିଫିକେଟକୁ ନେଇ ସେନାରେ ଭର୍ତ୍ତି ହେବା ପାଇଁ ଦାଖଲ କରିଥିଲେ।
Comments are closed.