ଭୁବନେଶ୍ୱର : ବିଶିଷ୍ଟ ଚିକିତ୍ସକ ତଥା ସମାଜବାଦୀ ନେତ୍ରୀ ଡାକ୍ତର ସରସ୍ୱତୀ ସ୍ବାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଲୋହିଆ ଏକାଡେମୀ ପକ୍ଷରୁ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୋଭିଡ଼-୧୯ ପ୍ରହେଳିକା, ଟୀକାକରଣ ସମାଧାନ ନୁହେଁ – ଶୀର୍ଷକ ସ୍ମାରକୀ ବକ୍ତୃତା ଦେଇ ବିଶିଷ୍ଟ ଗବେଷକ ଜଗନ୍ନାଥ ଚାଟାର୍ଜୀ କହିଲେ ଯେ, କରୋନା ରୋଗରେ ପୀଡ଼ିତଙ୍କ ନିରାକରଣ ହାର ଭାରତରେ ୯୯ ଓ ସାରା ପୃଥିବୀରେ ୯୭ % ଥିବା ବେଳେ ଟୀକାକରଣ କ’ଣ ପାଇଁ ହେଉଛି, ତାହା ବୁଝା ପଡୁନାହିଁ। ୱାର୍ଲଡ଼ ଇକୋନୋମିକ ଫୋରମ ଅନୁସାରେ ଏହି କରୋନା ରୋଗ ବିଶ୍ଵବ୍ୟାଙ୍କର ଏକ ଷଡ଼ଯନ୍ତ୍ର ତଥା ଗତ ୨୦୧୦ ମସିହାରୁ ଏହାକୁ ମଣିଷ ସମାଜରେ ପ୍ରୟୋଗ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ୨୦୧୯ ଡିସେମ୍ବରରୁ ଆରମ୍ଭ ହୋଇଥିବା ଏହି ରୋଗର ପ୍ରଚାର ଆଗାମୀ ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିବ ବୋଲି ପ୍ରଚାର ହେବାର ଯୋଜନା ହୋଇଛି। ବାସ୍ତବତା ହେଉଛି ଯେଉଁ ସମୟରେ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ଏକ ମହାମାରୀ ରୂପେ ଘୋଷଣା କରିଥିଲା ଠିକ ସେହି ସମୟରେ ଚୀନର ଉହାନ ସହରରୁ ଏହା ଲୋପ ପାଇସାରିଥିଲା।
ଏହି ରୋଗର ଭୟାବହତା ଓ ଟୀକାକରଣକୁ ଦୁନିଆର ଅନେକ ଚିକିତ୍ସକ ଓ ବୈଜ୍ଞାନିକ ନାପସନ୍ଦ କରିବା ସହ, କୋଭିଡ ଟୀକା ମଣିଷ ପିଠିରେ ଛୁରୀ ମାରିବା ଭଳି ହେବ ବୋଲି ବର୍ଣ୍ଣନା କରିଥିବା ଶ୍ରୀ ଚାଟାର୍ଜୀ କହିଛନ୍ତି। ସେହିଭଳି ଆରଟିପିସିଆର ପରୀକ୍ଷାର ଉଦ୍ଭାବକ ନୋବେଲ ବିଜେତା କେରୀ ମୁଲିଜଙ୍କ ମତରେ ଏହା ଗବେଷଣାଗାରରେ ଲାଳ ପରୀକ୍ଷାର ସାଧନ , ଏହାକୁ କୋଭିଡ ଚିହ୍ନଟ ପାଇଁ ବ୍ୟବହାର କରିବା ଅନୁଚିତ୍ । ପୁଣି ସେ କହିଥିଲେ ଯେ , ଯେଉଁ ଟୀକା ବାହାରିଛି, ସେଥିରେ ଯେଉଁ ସବୁ ଉପାଦାନ ରହିଛି, ତାହାର ପ୍ରୟୋଗରେ ଆହୁରି ଭୟାନକ ରୋଗମାନ ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ସତର୍କ ହୋଇ ସାରିଲେଣି। ମୋଟାମୋଟି ଭାବରେ ବୁଝାପଡେ ଯେ, କୋଭିଡ-୧୯ ରୋଗ ଔଷଧ ମାଫିଆଙ୍କ ମାଧ୍ୟମରେ ଏକ ଅନ୍ତରାଷ୍ଟ୍ରୀୟ ଷଡ଼ଯନ୍ତ୍ର।
ଅନ୍ୟମାନଙ୍କ ମଧ୍ୟରେ ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ ବିଷୟ ପ୍ରବେଶ କରାଇଥିଲେ ଓ ଗାନ୍ଧୀବାଦୀ ଯୁବନେତା ଡା. ବିଶ୍ୱଜିତ୍ ଡାକ୍ତର ସ୍ବାଇଁଙ୍କର ଜୀବନାବଳୀର ଉପସ୍ଥାପନା କରିଥିଲେ ଓ ଯୁବ ଗାନ୍ଧୀବାଦୀ ମାନସ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥିମାନଙ୍କ ଦ୍ୱାରା ଡଃ. ରାମ ମନୋହର ଲୋହିଆଙ୍କ ଲିଖିତ ଓ ଡ଼ା. ସ୍ବାଇଁଙ୍କ ଅନୁଦିତ ଭାରତ ବିଭାଜନର ଅପରାଧୀ ପୁସ୍ତକ ଲୋକାର୍ପିତ ହୋଇଥିଲା।
Comments are closed.