ଭାରତରେ ଏପରି ଅନେକ ଦୋକାନ ଅଛି, ଯାହା ପିଢି ପରେ ପିଢି ଚାଲିଆସୁଥିବା ଆପଣ ଦେଖିଥିବେ । ହେଲେ ରାଜସ୍ଥାନରେ ଏମିତି ଏକ ଦୋକାନ ରହିଛି, ଯାହା ୭୫ ବର୍ଷ ହେଲାର ଏଠାରେ ଥିବା ଚୁଲି ଲିଭିନାହିଁ । ଏନେଇ ଦୋକାନଟି ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ୧୯୪୯ରୁ ଏହି ଦୋକାନରେ ଚୁଲି ନିଆଁ ଲଗାତର ଭାବରେ ଜଳୁଥିବା ଦାବି କରିଛନ୍ତି ଦୋକାନ ମାଲିକ ।
ଏହି ଦୋକାନଟି ରାଜସ୍ଥାନର ଯୋଧପୁରରେ ରହଛି । ଦୋକାନର ମାଲିକ ଭିପୁଲ ନିକୁବ କହିଛନ୍ତି ଯେ, ଏହି ଦୋକାନରେ ଥିବା ଚୁଲି ଖୋଲିବା ଦିନଠାରୁ ବନ୍ଦ ହୋଇନାହିଁ । ଦୁଗ୍ଧ ଗରମ କରିବା ପାଇଁ ବ୍ୟବହୃତ ଏହି ଚୁଲି ୧୯୪୯ ପରଠାରୁ ଜଳୁଛି । ଦୋକାନ ମାଲିକଙ୍କ ଏହି ଦାବି ଶୁଣିବା ପରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି । ମୋ ଜେଜେବାପା ଏହାକୁ ୧୯୪୯ରେ ଆରମ୍ଭ କରିଥିଲେ । ୧୯୪୯ ପରଠାରୁ ଦୋକାନର ଚୁଲି ସବୁବେଳେ ଜଳୁଛି । ଦୋକାନ ପ୍ରତିଦିନ ୨୨ରୁ ୨୪ ଘଣ୍ଟା ଖୋଲା ରୁହେ । ଚୁଲିରେ କୋଇଲା ଏବଂ କାଠ ଜଳାହୁଏ । ଏକ ପାତ୍ରରେ ପରମ୍ପରିକ ଭାବରେ କ୍ଷୀର ଗରମ କରାଯାଏ । ଏହା ଏକ ପୁରାତନ ପଦ୍ଧତି । ଏମିତି ପ୍ରାୟ ୭୫ ବର୍ଷ ହେବ ଚାଲିଛି । ଆମେ ଆମର ତୃତୀୟ ପିଢି ଭାବେ କାର୍ଯ୍ୟ କରୁଛୁ ।
Comments are closed.