Latest Odisha News

ପୁଣି ନବୀନଙ୍କୁ ମୋହନଙ୍କ ସିଧା ଟାର୍ଗେଟ, କହିଲେ…

ଭୁବନେଶ୍ୱର : ନବୀନଙ୍କୁ ପୁଣି ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ସିଧା ନବୀନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଆଦିବାସୀମାନେ ନବୀନଙ୍କୁ ଉଚିତ୍ ଜବାବ ଦେଇଛନ୍ତି । ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ଆଦିବାସୀ ମେଳାର ଉଦ୍‌ଘାଟନ ବେଳେ ସେ ଏପରି କହିଛନ୍ତି । ମୋହନ ଆହୁରି କହିଛନ୍ତି, ଆମ ସରକାରରେ ଆଦିବାସୀଙ୍କ ସ୍ବାର୍ଥକୁ କେବେ ଜଳାଞ୍ଜଳି ଦିଆଯିବ ନାହିଁ। ଆଦିଆବସିଙ୍କୁ ଛାଡି ବିକାଶ ହୋଇ ପାରିବ ନାହିଁ ।

ମୋହିନ ଗତ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଗତ ସରକାର ଏକ ପ୍ରଥା ଆରମ୍ଭ କରିବାକୁ ଯାଉଥିଲେ। ଆଦିବାସୀଙ୍କ ଜମିକୁ ଅଣ ଆଦିବସୀଙ୍କୁ ଦେଇଦେବା ପାଇଁ କୁତ୍ସିତ ପ୍ରଥା ଆରମ୍ଭ କରିଥିଲେ । ଯାହାଦ୍ବାରା ଆଦିବାସୀମାନେ ଭୂମିହୀନ ହୋଇଯାଇଥାନ୍ତେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୧୫ବର୍ଷ ହେଲା TAC ମିଟିଂ ହେଉନଥିଲା । ମିଟିଂ ହେଉଥିଲେ କାହାର କହିବାର କ୍ଷମତା ନଥିଲା। ସେଥିପାଇଁ ଆଦିବାସୀ ମାନେ ଉଚିତ୍ ଜବାବ ଦେଲେ। ଏବେ ଆମ ସରକାର୍ ଆସିବ ପରେ ଆମେ ନିୟମ ଆଣିଲୁ ଆଦିବାସୀ ମାନଙ୍କ ଜମି ଆଉ କେହି ବି ନେଇ ପାରିବେ ନାହିଁ।

ଏହି ଅବସରରେ ସହିଦ ମାଧୋସିଂ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମିଳିବ ୫ ହଜାର ଟଙ୍କାର ହାତଖର୍ଚ୍ଚ । ଶିକ୍ଷାବର୍ଷରେ ଏକକାଳୀନ ଥରେ ମିଳିବ ୫ ହଜାର ଟଙ୍କା । ଯୋଜନାରେ ସରକାର ଖର୍ଚ୍ଚ କରିବେ ୧୫୬ କୋଟି ଟଙ୍କା ।
ଉପକୃତ ହେବେ ୨ ଲକ୍ଷରୁ ଅଧିକ ST ଛାତ୍ରଛାତ୍ରୀ ।

Leave A Reply

Your email address will not be published.