ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସ୍ୱତନ୍ତ୍ର ନୀତି କରିଛନ୍ତି ରାଜ୍ୟ ସରକାର । ଭକ୍ତଙ୍କ ସୁବିଧା ନିମନ୍ତେ ତାଳବଣିଆରେ ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ହେବ । ଏହା ସହ ରଥଯାତ୍ରା ସମୟରେ ପୁରୀକୁ ଚଳାଚଳ କରୁଥିବା ୨୫୦ଟି ସ୍ୱତନ୍ତ୍ର ବସ ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଛି । ପୁରୀରେ ଚାଲୁଥିବା ଦ୍ୱିତୀୟ ସମନ୍ୱୟ ବୈଠକ ସରିବା ପରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ସୂଚନା ଦେଇଛନ୍ତି । ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ପୁରୀ ବସଷ୍ଟାଣ୍ଡରୁ ବଡଦାଣ୍ଡ ପର୍ଯ୍ୟନ୍ତ ମାଗଣା ଅଟୋ-ରିକ୍ସା ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ତାଳବଣିଆରେ ଅସ୍ଥାୟୀ ଷ୍ଟାଣ୍ଡ କରାଯିବ । ଯେଉଁଭକ୍ତମାନେ ବଡଦାଣ୍ଡକୁ ଯିବା ପାଇଁ ପାଦରେ ଚାଲିକରି ଯାଉଥିଲେ ସେମାନେ ମାଗଣାରେ ଅଟୋରିକ୍ସାରେ ଯାତାୟତ କରିପାରିବେ । ଏହା ସହ ପୁରୀକୁ ଯେଉଁ ୨୫୦ଟି ବସ ଚଳାଚଳ ହେବ ସେହି ବସର ମଧ୍ୟ ରେଟ୍ ଚାଟ୍ ପ୍ରଦର୍ଶିତ ହେବ । ରଥ ଯାତ୍ରା ସମୟରେ ଭକ୍ତଙ୍କ ସୁବିଧା ପାଇଁ ସରକାର ଏପରି ବ୍ୟବସ୍ଥା କରିଛନ୍ତି ।
BREAKING NEWS
- Mahanadi Water Dispute: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି
- Cross-Border Arms Terror Module: ପାକିସ୍ତାନରୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର;କ୍ଷେତରେ ଲୁଚାଯାଇଥିଲା…
- ସସପେନ୍ସ ଭିତରେ ସସପେଣ୍ଡ୍…ହେଲେ କଳି ଗଲାଣି ବଳି
- Brown sugar Seized; ଚାଲିଥିଲା ବ୍ରାଉନସୁଗାର ଡିଲ୍; ମାଡ଼ି ବସିଲା ପୋଲିସ, ୨ ଗିରଫ
- ଇନ୍ଦୋରରେ ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗରେ ଟିମ ଇଣ୍ଡିଆ ପଲା ଭାରୀ
- Phulbani Accident: ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍;ଜଣେ ଜୀବନ୍ତ ଦଗ୍ଧ,ଗୁରୁତର ମେଡିକାଲ୍ରେ …
- ଖଣ୍ଡଗିରି ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି; ଲାଗିବ ୧୦୦ ସିସିଟିଭି, ରହିବ ବ୍ୟାପକ ପୋଲିସ ବ୍ୟବସ୍ଥା
- ମ୍ୟାଚ ଜିତାଇବ ବୋଲି କହି ଫସିଲେ ତାନ୍ତ୍ରିକ: ଟିମ ହାରିଲା ଦେଲେ ୩୬ ଲକ୍ଷ
- ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର
- ୧୦ ଆକାଂକ୍ଷୀ ଜିଲ୍ଲାରେ ଆରମ୍ଭ ହେଲା ନ୍ୟାୟ ଓ ସମାଧାନର ବିକଳ୍ପ ମଞ୍ଚ ନାରୀ ଅଦାଲତ
Comments are closed.