ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସ୍ୱତନ୍ତ୍ର ନୀତି କରିଛନ୍ତି ରାଜ୍ୟ ସରକାର । ଭକ୍ତଙ୍କ ସୁବିଧା ନିମନ୍ତେ ତାଳବଣିଆରେ ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ହେବ । ଏହା ସହ ରଥଯାତ୍ରା ସମୟରେ ପୁରୀକୁ ଚଳାଚଳ କରୁଥିବା ୨୫୦ଟି ସ୍ୱତନ୍ତ୍ର ବସ ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଛି । ପୁରୀରେ ଚାଲୁଥିବା ଦ୍ୱିତୀୟ ସମନ୍ୱୟ ବୈଠକ ସରିବା ପରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ସୂଚନା ଦେଇଛନ୍ତି । ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ପୁରୀ ବସଷ୍ଟାଣ୍ଡରୁ ବଡଦାଣ୍ଡ ପର୍ଯ୍ୟନ୍ତ ମାଗଣା ଅଟୋ-ରିକ୍ସା ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ତାଳବଣିଆରେ ଅସ୍ଥାୟୀ ଷ୍ଟାଣ୍ଡ କରାଯିବ । ଯେଉଁଭକ୍ତମାନେ ବଡଦାଣ୍ଡକୁ ଯିବା ପାଇଁ ପାଦରେ ଚାଲିକରି ଯାଉଥିଲେ ସେମାନେ ମାଗଣାରେ ଅଟୋରିକ୍ସାରେ ଯାତାୟତ କରିପାରିବେ । ଏହା ସହ ପୁରୀକୁ ଯେଉଁ ୨୫୦ଟି ବସ ଚଳାଚଳ ହେବ ସେହି ବସର ମଧ୍ୟ ରେଟ୍ ଚାଟ୍ ପ୍ରଦର୍ଶିତ ହେବ । ରଥ ଯାତ୍ରା ସମୟରେ ଭକ୍ତଙ୍କ ସୁବିଧା ପାଇଁ ସରକାର ଏପରି ବ୍ୟବସ୍ଥା କରିଛନ୍ତି ।
BREAKING NEWS
- Nishikant Dubey: ’ରାଜ୍ୟ ତଥା ଦେଶବାସୀଙ୍କ ପାଖରେ ଦୁବେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ: ବିଜେଡି
- ଡିଆରଏସ ନିୟମରେ ବଡ ପରିବର୍ତନ କଲା ବିସିସିଆଇ
- ମହାନଦୀରେ ଛଡ଼ାଗଲା ୧୨ଟି ଘଡ଼ିଆଳ, ୩୫ରେ ପହଞ୍ଚିଲା କୁମ୍ଭୀରଙ୍କ ସଂଖ୍ୟା
- Lashkar-e-Taiba terrorist:ଦିଲ୍ଲୀ ସୀମାରୁ ଗିରଫ ହେଲା ଲସ୍କର ଆତଙ୍କବାଦୀ;ସ୍ଲିପର ସେଲ୍ ଭାବରେ କରୁଥିଲା କାମ
- ଭୋଟର ତାଲିକାରୁ ବାଦ୍ ପଡ଼ିଲେ ୭ ଲକ୍ଷରୁ ଅଧିକ ମତଦାତା
- ରାଗିଗଲେ ରାହାନେ: ମୁଁ ନିଜ ଦକ୍ଷତାକୁ ପ୍ରମାଣିତ କରିବା ପାଇଁ ଆଇପିଏଲ ଖେଳୁନି
- ଓଡ଼ିଆ ପକ୍ଷ-୨୦୨୬: ଏପ୍ରିଲ ୧ରୁ ୧୪ ଦିନ ଧରି ପାଳନ ହେବ
- ସରକାରଙ୍କ ବିରୋଧରେ ଗର୍ଜିଲେ ସବୁ ଦଳ
- ଚିଟଫଣ୍ଡ୍ ଟଙ୍କା ଫେରି ପାଇଲେଣି ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ….
- ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସ୍ର ବରିଷ୍ଠ କିରାଣୀ
Comments are closed.