Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସ୍‌ର ବରିଷ୍ଠ କିରାଣୀ

ନୟାଗଡ଼: ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ଟ୍ରେଜେରୀ ଅଫିସର ବରିଷ୍ଠ ସହାୟକ ସରୋଜ କୁମାର ସାହୁ। ପେନସନ ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଟ୍ରେଜେରୀ ଅଫିସ୍‌ର କିରାଣୀ ସରୋଜ କୁମାର ସାହୁ।

ବିଲ୍ ପାସ୍ କରେଇବା ନାଁରେ ନେଉଥିଲେ ଲାଞ୍ଚ। ସୂଚନା ଅନୁସାରେ ଅଭିଯୁକ୍ତ ସରୋଜ କୁମାର ସାହୁ, ପେନସନଭୋଗୀଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଏବଂ ତାଙ୍କୁ କହିଥିଲେ ଯେ ଯଦି ତାଙ୍କୁ ଦାବି କରାଯାଇଥିବା ଲାଞ୍ଚ ପ୍ରଦାନ ନ କରାଯାଏ, ତେବେ ସେ ବିଲ୍ ପାସ୍ କରିବାରେ ବାଧା ଦେବେ। ତେବେ ଏହି ଘଟଣାରେ କୌଣସି ଉପାୟ ନପାଇ ପେନସନଭୋଗୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।

ଏହି ଅଭିଯୋଗ ଆଧାରରେ ଆଜି ଓଡ଼ିଶା ଭିଜିଲାନ୍ସର ଏକ ଦଳ ଟ୍ରେଜେରୀ ଅଫିସ୍‌ର ବରିଷ୍ଠ କିରାଣୀଙ୍କୁ ପେନସନଭୋଗୀଙ୍କଠାରୁ ୩ ହଜରା ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଥିଲେ। ସରୋଜ କୁମାର ସାହୁଙ୍କ କବଜାରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଦୃଷ୍ଟିରୁ ସରୋଜ ସାହୁଙ୍କ ଘର ଏବଂ ତାଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି।

Comments are closed.