Latest Odisha News

BREAKING NEWS

ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରି ଅଭିଯୋଗ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଚୋରକୁ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମୀ ।

ଅଭିଯୋଗ ଅନୁସାରେ ବୌଦ୍ଧ ଜିଲ୍ଲା ପଲସଗୋରା ଗାଁର ବିମ୍ବାଧର ସୁନା ତାଙ୍କ ଶିଶୁ କନ୍ୟାକୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତରଙ୍କ ପରାମର୍ଶ ପରେ ପ୍ରତୀକ୍ଷାଳୟରେ ବସି ଥିବାବେଳେ ଜଣେ ମହିଳା ଶିଶୁ କନ୍ୟାକୁ କାଖେଇ ଥିଲେ । କିଛି ସମୟ ପରେ ସେ ଛୁଆକୁ ଧରି ବାହାରକୁ ବାହାରି ପଡ଼ିଥିଲେ ।

ଏହାପରେ ଶିଶୁଙ୍କ ସମ୍ପର୍କୀୟ ପାଟି କରିବାରୁ ସୁରକ୍ଷାକର୍ମୀ ତୁରନ୍ତ ବାହାରକୁ ଆସି ମହିଳାଙ୍କୁ ଅଟକ ରଖିଥିଲେ । ପରେ ସୋନପୁର ପୋଲିସକୁ ଖବର ଦେଇଥିବାବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁ କନ୍ୟାଙ୍କ ପରିବାର ସହିତ ସଂପୃକ୍ତ ମହିଳାଙ୍କୁ ଥାନାକୁ ନେଇଥିଲେ ।

ତେବେ ଘଟଣାକୁ ଅସ୍ବୀକାର କରିବା ସହିତ ମୁଁ ଶ୍ରଦ୍ଧାରେ ତାଙ୍କୁ କାଖେଇ ଥିଲି ବୋଲି ମହିଳା ଜଣକ କହିଛନ୍ତି ।

Leave A Reply

Your email address will not be published.