ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩ ଜଣ ନୂଆ ଅତିଥି । ନାଲି ମହାବଳ ବାଘୁଣୀ ମେଘା ୩ ଛୁଆଙ୍କୁ ଜନ୍ମ ଦେଇଛି । ମେଘା ୩ ବାଘ ଶାବକଙ୍କୁ ଜନ୍ମ ଦେବା ପରେ ନନ୍ଦନକାନନରେ ବାଘ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ଏନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ବିମଲ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ଗତ ମାର୍ଚ୍ଚ ୨୮ରେ ବାଘୁଣୀ ବିଜୟା ମଧ୍ୟ ୩ଟି ବାଘ ଶାବକଙ୍କୁ ଜନ୍ମ ଦେଇଥିଲା । ବାଘୁଣୀ ବିଜୟା ସହ ଜନ୍ମିତ ୩ ଶାବକ ଏବେ ସୁସ୍ଥ ଅଛନ୍ତି । ଏବେ ମେଘା ୩ ବାଘ ଶାବକଙ୍କୁ ଜନ୍ମ ଦେବା ପରେ ମାଆ ଓ ଛୁଆଙ୍କ ସ୍ୱାସ୍ଥ୍ୟ ଉପରେ ନନ୍ଦନକାନନ କର୍ତ୍ତୃପକ୍ଷ ନଜର ରଖିଛନ୍ତି ।
Comments are closed.