Latest Odisha News

ମନ୍ଦିର ମାଟିତଳୁ ମିଳିଲା ୧୭୧୬ କିଲୋଗ୍ରାମର ସୁନା

ତିରୁଚିରାପଲି: ତାମିଲନାଡୁର ତିରୁଚିରାପଲି ଜିଲାରେ ଥିବା ଜମ୍ବୁକେଶ୍ୱର ମନ୍ଦିର ମରାମତି କାର୍ଯ୍ୟ ଚାଲୁଥିବା ବେଳେ ମାଟି ତଳୁ ୧୭୧୬ କିଲୋଗ୍ରାମର ସୁନା ମିଳିଛି । ଏହାର ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

୭ଫୁଟ ଖୋଳା ହେବା ପରେ ୧୦୦୦ରୁ ୧୨୦୦ ବର୍ଷ ତଳର ଏହି ସ୍ୱର୍ଣ୍ଣ ମୁଦ୍ରା ଏକ ତମ୍ବା ପାତ୍ରରେ ରଖା ଯାଇଥିବା ଦେଖିବାକୁ ମିଳିଥିଲା । ମନ୍ଦିର ପ୍ରଶାସନ ଏହି ସ୍ୱର୍ଣ୍ଣ ମୁଦ୍ରା ପୋଲିସକୁ ପ୍ରଦାନ କରିଦେଇଛି ।

Leave A Reply

Your email address will not be published.