Latest Odisha News

BREAKING NEWS

ବ୍ଲଡ ବ୍ୟାଙ୍କରେ ନାହିଁ ଆବଶ୍ୟକ ରକ୍ତ, ହୋଇପାରୁନି ଅନେକ ଅସ୍ତ୍ରୋପଚାର

ଲଣ୍ଡନ: ବ୍ରିଟେନର ବ୍ଲଡ ବ୍ୟାଙ୍କରେ ରକ୍ତ ଭଣ୍ଡାରରେ ରକ୍ତ ସରି ସରି ଆସୁଛି । ଏହି କାରଣରୁ ଅନେକ ହସ୍ପିଟାଲରେ ଅପରେସନ୍ ହୋଇପାରୁନି। ବ୍ରିଟେନର ସ୍ୱାସ୍ଥ୍ୟ ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି। ଏଥିସହ ସତର୍କ କରାଇ ଦେଇଛନ୍ତି ଯେ ବ୍ରିଟେନର ବ୍ଲଡ ବ୍ୟାଙ୍କଗୁଡିକ ଆବଶ୍ୟକ ମହଜୁଦ ରକ୍ତ ଅଭାବର ସମ୍ମୁଖୀନ ହେଉଛନ୍ତି। ତେଣୁ ଏବେ ଆବଶ୍ୟକ ନଥିବା ଅପେରସନ ଗୁଡିକୁ ବିଳମ୍ବ କରାଇବାକୁ କୁହାଯାଇଛି। ଅନ୍ୟପଟେ ଯେଉଁ ଅପରେସନ ଜରୁରୀକାଳୀନ ଥିବ ସେଠାରେ ରକ୍ତ ପହଁଚାଇବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ମଧ୍ୟ ଏକ ‘ଆମ୍ବର ଆଲର୍ଟ’ ଜାରି କରିଛି ଯାହା ରକ୍ତ ଆବଶ୍ୟକ କରୁଥିବା ରୋଗୀମାନଙ୍କ ନିକଟରେ ପହଞ୍ଚିବ।

‘ଆମ୍ବର ଆଲର୍ଟ’ ପ୍ରାୟ ଚାରି ସପ୍ତାହ ପର୍ଯ୍ୟନ୍ତ ରହିବ। ମୁଖ୍ୟତଃ ‘ଓ’ ବ୍ଲଡ ଗ୍ରୁପ ମହଜୁଦ ନହେବା ପର୍ଯ୍ୟନ୍ତ, ଏହା ଚାଲିବ । ଏହି ସମୟରେ, ଗୁରୁତର ରୋଗୀଙ୍କୁ କିଭଳି ରକ୍ତ ଯୋଗାଇ ହେବ ସେଥିପାଇଁ ହସ୍ପିଟାଲ ଗୁଡିକୁ ବ୍ୟବସ୍ଥା କରିବାକୁ ୟୁକେର ସ୍ୱାସ୍ଥ୍ୟ ବିଭାଗ କହିଛି।

ୟୁକେର ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ କିମ୍ବା ଟ୍ରମା ସର୍ଜରୀ ଜାରି ରଖିବାକୁ ନିର୍ଦ୍ଦେଶ ରହିଛି। କର୍କଟ ସହିତ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅସ୍ତ୍ରୋପଚାର ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେବ ନାହିଁ ଯେମିତି ସେ ନେଇ ସୁନିଶ୍ଚିତ କରିବାକୁ କୁହାଯାଇଛି । ଏହା ବ୍ୟତୀତ, ଯେଉଁମାନଙ୍କୁ ରକ୍ତ ଆବଶ୍ୟକ ସେହିମାନଙ୍କୁ ଅଧିକ ପ୍ରାଥମିକତା ଦିଆଯିବାକୁ କୁହାଯାଇଛି।

ଗତ ମାସରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିଜ ଟ୍ରସ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ସ୍ୱାସ୍ଥ୍ୟ ସଙ୍କଟ ଦେଖାଦେଇଛି ଯେଉଁ ସମୟରେ ଦେଶ ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରୁଛି। ଦେଶର ସ୍ୱାସ୍ଥ୍ୟ ଅଧିକାରୀମାନେ ବର୍ତ୍ତମାନ ରକ୍ତ ଅଭାବକୁ ମୁକାବିଲା କରିବା ପାଇଁ ରକ୍ତ ଦାତାମାନଙ୍କୁ ଏକ ଜରୁରୀ ଆହ୍ୱାନ କରିଛନ୍ତି । ଯଦି ଓ ପଜିଟିଭ୍ କିମ୍ବା ଓ ନେଗେଟିଭ୍ ରକ୍ତ ଦାନ କରିବାକୁ ଆହ୍ୱାନ କରାଯାଇଛି।

Comments are closed.