ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ସୋମବାର ଦିନ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଖବର ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନେ ଶ୍ରୀନଗରରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗ୍ରେନେଡ୍ ଆକ୍ରମଣ କରିଥିଲେ। ତେବେ ଏଥିରେ କୌଣସି ସୁରକ୍ଷାକର୍ମୀଙ୍କର କ୍ଷତି ଘଟି ନଥିବା ବେଳେ ଜଣେ ଅଣକଶ୍ମୀରୀ ଯୁବକ ପ୍ରାଣ ହରାଇଛନ୍ତି ହୋଇଛନ୍ତି । ଆକ୍ରମଣଟି ମୌଲାନା ଆଜାଦ୍ ରୋଡ୍ରେ ହୋଇଥିଲା । ଏଥିରେ ୧୫ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି ।
#UPDATE Jammu and Kashmir: 15 people injured in a grenade attack in a market on Maulana Azad Road in Srinagar. https://t.co/LYAa5UHght pic.twitter.com/ic4LuXq8g4
— ANI (@ANI) November 4, 2019
ଏହି ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କୁ ସ୍ଥାନୀୟ ସମିପ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗମ୍ଭୀର ଥିବା ଜଣାପଡ଼ିଛି ।
ଗତ ୧୫ଦିନ ମଧ୍ୟରେ ଦ୍ୱିତୀୟ ଥର ଆତଙ୍କବାଦୀମାନେ ଗ୍ରେନେଡ୍ ଆକ୍ରମଣ କରିଥିବା ଜଣାପଡ଼ିଛି ।
ଫଟୋ-(ଏଏନଆଇ)
Comments are closed.