Latest Odisha News

BREAKING NEWS

ପୁରୀ ବାଣ କାରଖାନା ବିସ୍ଫୋରଣରେ ଜଣେ ମୃତ, ୨ ଆହତ

ପୁରୀ : ପୁରୀ ଜିଲ୍ଲା କମାଶାସନ ଗ୍ରାମରେ ଶୁକ୍ରବାର ଦିନ ଏକ ବାଣ ନିର୍ମାଣ କାରଖାନାରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହେବା ସହ ୪ଜଣ ଆହତ ହୋଇଛନ୍ତି ।

ଏହି ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ରଜଶ ପରିଡା ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ରଜଶଙ୍କ ଘରେ କିଛି ବ୍ୟକ୍ତି କାମ କରୁଥିବାବେଳେ ହଠାତ୍ ବାଣକାରଖାନାରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ଅଗ୍ନିକାଣ୍ଡ ଘଟି ଆଖପାଖ ୫ଟି ଘର ଜଳିଯାଇଥିବା ଜଣାପଡିଛି ।

ଆହତମାନଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ତେବେ ଖବର ପାଇ ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.