Latest Odisha News

ଦେବବ୍ରତ ମଦନରାୟଙ୍କୁ ‘ଜଗଦୀଶ କଥା ସମ୍ମାନ’ ଏବଂ ‘ଜଗଦୀଶ ଯୁବ ସମ୍ମାନ’ ପାଇଲେ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ

ଭୁବନେଶ୍ୱର : ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ଆନୁକୂଲ୍ୟରେ ସ୍ଥାନୀୟ ରେଡକ୍ରସ ଭବନଠାରେ ‘ଜଗଦୀଶ ଜୟନ୍ତୀ’ ପାଳିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷର ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ବିଶିଷ୍ଟ ଲେଖିକ ଦେବବ୍ରତ ମଦନରାୟ ଏବଂ ‘ଜଗଦୀଶ ଯୁବ ସମ୍ମାନ’ ଗାଳ୍ପିକା ପ୍ରଜ୍ଞା ପ୍ରବର୍ତ୍ତିକା ଦାଶଙ୍କୁ ପ୍ରଦାନ କରାଯାଇଥିଲା ।

କଥାକାର ସରୋଜିନୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ କଥାକାର ତରୁଣକାନ୍ତି ମିଶ୍ର ଏବଂ ମୁଖ୍ୟ ବକ୍ତା ଭାବେ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ଯୋଗଦେଇ ଜଗଦୀଶ ମହାନ୍ତିଙ୍କ ସୃଜନକୃତି ଉପରେ ସବିଶେଷ ଆଲୋଚନା କରିଥିଲେ ।

ଏହି ଉତ୍ସବରେ ଟ୍ରଷ୍ଟ୍‍’ର ସମ୍ପାଦକ ତଥା ଲେଖକ ସରୋଜ ବଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଶିଷ୍ଟ କଥିକା ପ୍ରାଚୀତାରା ଜଗଦୀଶ ମହାନ୍ତିଙ୍କ ଏକ ଗଳ୍ପର ନାଟକୀୟ ଉପସ୍ଥାପନା କରିଥିଲେ । ଅର୍ପିତା ପତି ଓ ଶ୍ରୀ ବଳ ଜଗଦୀଶଙ୍କ କବିତା ଗାୟନ କରିଥିଲେ ।

ଏହି ଉତ୍ସବ ପରିଚାଳନାରେ ଅରୁଣ କୁମାର ଦାସ, ଆଶିଷ କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ବଥିରେ ବହୁ ଜଗଦୀଶପ୍ରେମୀ ପାଠକ ପାଠିକା, ଲେଖକ, ସମ୍ପାଦକ ଦକ, ଓ ସାହିତ୍ୟାନୁରାଗୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.