ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମନ କି ବାତ୍ କାର୍ଯ୍ୟକ୍ରମର ୧୧୬ ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରୁ ମୋଦୀ ପ୍ରଥମେ ଦେଶବାସୀଙ୍କୁ ଏନସିସି ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି,“ ଆଜି ଏକ ବଡ ଦିନ । ଆଜି ଏନସିସି ଦିବସ । ତେବେ ଏନସିସି ବିଷୟ ସାମ୍ନାକୁ ଆସେ ସେତେବେଳେ ସ୍କୁଲ କଲେଜ ଦିନ ମନକୁ ଆସିଯାଏ । ମୁଁ ନିଜେ ମଧ୍ୟ ଏନସିସିରେ ସାମିଲ ରହିଥିଲି । ଏଥିପାଇଁ ମୁଁ ପୁରା ବିଶ୍ବାସର ସହିତ କହିପାରିବି ଯେ, ଏଥିରୁ ମିଳିଥିବା ଅନୁଭବ ମୋ ପାଇଁ ଅମୂଲ୍ୟ ଅଟେ । ଏନସିସି ଯୁବକଙ୍କ ମଧ୍ୟରେ ଅନୁଶାସନ, ନେତୃତ୍ବ ଏବଂ ସେବାର ଭାବନା ସୃଷ୍ଟି କରିଥାଏ । ଦେଶର ୫ ହଜାର ସ୍କୁଲ ଓ କଲେଜରେ ଏନସିସି ଯୋଡି ହୋଇ ରହିଛି । ତେବେ ଏନସିସିରେ ପୂର୍ବ ଅପେକ୍ଷା ୪୦ ପ୍ରତିଶତ ବାଳିକାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ”
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଭାରତ ଠାରୁ ହଜାରେ କିଲୋମିଟର ଦୂରରେ ଗୁୟାନାରେ ଏକ ‘ମିନି ଇଣ୍ଡିଆ’ ଅଛି। ପ୍ରାୟ ୧୮୦ ବର୍ଷ ପୂର୍ବେ ଭାରତରୁ ଲୋକଙ୍କୁ ଗୁୟାନାକୁ କ୍ଷେତରେ ଶ୍ରମିକ ଭାବରେ କାମ କରିବାକୁ ଯାଉଥିଲେ। ଆଜି ସେଠାରେ ବାସ କରିବା ପାଇଁ ଭାରତରୁ ଆସିଥିବା ଲୋକମାନେ ଗୁୟାନାରୁ ଅଣାଯାଉଛନ୍ତି। ଏହା ତାଙ୍କର ଭାରତୀୟ ଐତିହ୍ୟ। “
ଯୁବବର୍ଗଙ୍କୁ ରାଜନୀତିରେ ସାମିଲ ହେବା ପାଇଁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯେଉଁମାନଙ୍କର ପରିବାର ବର୍ଗ ରାଜନୀତିରେ ସାମିଲ ନାହାନ୍ତି ସେମାନଙ୍କୁ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ । ଯୁବବର୍ଗଙ୍କୁ ରାଜନୀତିରେ ସାମିଲ କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଛନ୍ତି ।
ମୋଦୀ କହିଛନ୍ତି “ଲାଲ୍କିଲାରୁ ମୁଁ ଏପରି ଯୁବକଙ୍କୁ ଆହ୍ବାନ କରିଛି ଯେଉଁମାନଙ୍କର ପରିବାର ବର୍ଗ ରାଜନୀତିରେ ସାମିଲ ନାହାନ୍ତି, ମୋର ଅନୁରୋଧ ସେମାନେ ରାଜନୀତିକୁ ଆସନ୍ତୁ। ଏହିପରି ୧ ଲକ୍ଷ ନୂତନ ଯୁବବର୍ଗଙ୍କୁ ରାଜନୀତି ସହ ଯୋଡ଼ିବା ପାଇଁ ଦେଶରେ ଅନେକ ସ୍ବତନ୍ତ୍ର ଅଭିଯାନ ଚାଲିବ। ‘ବିକଶିତ ଭାରତ ଯୁବ ନେତା ସମ୍ବାଦ’ ମଧ୍ୟ ଏହିପରି ଏକ ପ୍ରୟାସ। ଆସନ୍ତା ବର୍ଷ ସ୍ବାମୀ ବିବେକାନନ୍ଦଙ୍କ ୧୬୨ତମ ଜନ୍ମ ବାର୍ଷିକୀକୁ ଏକ ବିଶେଷ ଢଙ୍ଗରେ ପାଳନ କରାଯିବ। ଏହି ଅବସରରେ ୧୧ ଏବଂ ୧୨ ଜାନୁଆରୀରେ ଦିଲ୍ଲୀର ଭାରତମଣ୍ଡପମଠାରେ ‘ବିକଶିତ ଭାରତ ଯୁବ ନେତାଙ୍କ ସମ୍ବାଦ’ ଆୟୋଜିତ ହେବ। ଏଥିରେ ସମସ୍ତ ରାଜ୍ୟ, ଜିଲ୍ଲା ଏବଂ ଗ୍ରାମରୁ ପ୍ରାୟ ୨୦୦୦ ଯୁବତୀ/ଯୁବକ ସାମିଲ ହେବେ।