Latest Odisha News

ଯାଜପୁର ଜିଲ୍ଲା ପାଇଁ ଅତିରିକ୍ତ ୧ କଂପାନୀ ସିଏପିଏଫ୍‌ ମୁତୟନ ହେବେ

ଯାଜପୁର: ସପ୍ତମ ପର୍ଯ୍ୟାୟ ତଥା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଯାଜପୁର ଜିଲ୍ଲାରେ ଅତିରିକ୍ତ ଏକ କମ୍ପାନୀ ସିଏପିଏଫ୍ ମୁତୟନ କରାଯିବ l ଏହା ପୂର୍ବରୁ ଯାଜପୁର ଜିଲ୍ଲାରେ ୨୦ କମ୍ପାନୀ ସିଏପିଏଫ୍ ମୁତୟନ ପାଇଁ ନିଷ୍ପତ୍ତି ହୋଇଥିଲା l ବର୍ତ୍ତମାନର ଅତିରିକ୍ତ ଏକ କମ୍ପାନୀ ସିଏପିଏଫ୍ ମୁତୟନ ପରେ ଜିଲ୍ଲାରେ ମୋଟ ୨୧ କମ୍ପାନୀ ସିଏପିଏଫ୍ ମୁତୟନ ରହିବେ l ଏହା ସହ ସାମଗ୍ରିକ ଭାବରେ ଏହି ପର୍ଯ୍ୟାୟ ପାଇଁ ମୁତୟନ ହୋଇଥିବା ସିଏପିଏଫ୍ କମ୍ପାନୀ ସଂଖ୍ୟା ୧୨୬କୁ ବୃଦ୍ଧି ପାଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ l

ସୂଚନା ଅନୁସାରେ, ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜୁନ ୧ରେ ଅନୁଷ୍ଠିତ ହେବ। ଏହି ଶେଷ ପର୍ଯ୍ୟାୟରେ ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ବିଧାନସଭା ଆସନରେ ମତଦାନ ହେବ । ୪୬୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରିକ୍ଷା ହେବାକୁ ଥିବା ବେଳେ ମୋଟ ୯୯ଲକ୍ଷ ୬୧ହଜାର ୫୭ଜଣ ଭୋଟର ମତଦାନ କରିବେ । ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ରାଜ୍ୟ ପୋଲିସ ବ୍ୟତୀତ ୧୨୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି । ମୋଟ ୧୦୮୮୨ଟି ମତଦାନ କେନ୍ଦ୍ରରେ ଶନିବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ।

Comments are closed.