Latest Odisha News

BREAKING NEWS

ଓଡିଶାର ଆଉ ଜଣେ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ପୂର୍ବତନ କୃଷି ଅଧିକାରୀ (ଡିଏଓ)ଙ୍କୁ ସୋମବାର ଦିନ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସମ୍ପୃକ୍ତ ଅଧିକାରୀଙ୍କ ନାମ ପ୍ରଦୀପ କୁମାର ମହାନ୍ତି ବୋଲି ଜଣାପଡିଛି ।

ସୂଚନାନୁଯାୟୀ, ଗତ ଜୁଲାଇ ୨ ତାରିଖରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଥିଲା । ଏପରିକି ତାଙ୍କ ଗାଡିରୁ ୧୧ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ଯାହାକୁ ନେଇ ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଜୁଡିସିଆଲ୍ କଷ୍ଟୋଡିରେ ପଠାଇ ଦେଇଥିଲେ ।

ତାଙ୍କର ଗିରଫଦାରୀ ପରେ ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରି ଦେଇଥିଲେ । ଏହାଛଡା ଭିଜିଲାନ୍ସ ଟିମ୍ ତାଙ୍କ ପାଖରେ ପ୍ରାୟ ୩.୫ କୋଟି ଟଙ୍କା ମୂଲ୍ୟର ଆୟବର୍ହିଭୁତ ସମ୍ପତ୍ତି ଠାବ କରିଥିଲା ।

Leave A Reply

Your email address will not be published.