Latest Odisha News

BREAKING NEWS

ବଜ୍ରାଘାତ ନେଲା ଜୀବନ: ଜଣେ ମହିଳା ମୃତ, ୩ ଗୁରୁତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗାଁରେ ଅଘଟଣ । ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି  । ମୃତ ମହିଳା ଜଣକ ସୁବାସିନୀ ନାୟକ ବୋଲି ଜଣାପଡିଛି  । ଗତକାଲି ଅପରାହ୍ନରେ ୪ଜଣ ମହିଳା ବିଳରେ କାମ କରୁଥିବା ବେଳେ ବଜ୍ରାଘାତ ହୋଇଥିଲା  । ଫଳରେ ୪ ମହିଳା ଅଚେତ ହୋଇପଡିଥିଲେ  ।

ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି  । ଆଜି ଶବ ବ୍ୟବଚ୍ଛେଦ ପରେ ସୁବାସିନୀଙ୍କ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ l ତେବେ ଏହି ଘଟଣାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି  ।

Comments are closed.