ବେଙ୍ଗାଲୁରୁ: କଂଗ୍ରେସର ‘ଭାରତ ଯୋଡ଼ ଯାତ୍ରା’ର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀ ପୁଣି ଥରେ ଘରୋଇକରଣକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକର ଘରୋଇ କରଣକୁ ସେ ବିରୋଧ କରିଛନ୍ତି । ଏହାଦ୍ୱାରା ଯୁବ ପିଢ଼ିଙ୍କୁ ନିଯୁକ୍ତି ସୁଯୋଗ ମିଳିବ ନାହିଁ।
‘ଭାରତ ଯୋଡ଼ ଯାତ୍ରା’ର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀ ବେକାରି ପ୍ରସଙ୍ଗରେ ପାଖାପାଖି ୧୮୦୦ ଯୁବକଙ୍କ ସହ ଆଲୋଚନା କରିଥିଲେ, ଯଦି କମ୍ପାନୀଗୁଡିକ ସଠିକ୍ ଭାବରେ ପରିଚାଳିତ ହୁଏ, ତେବେ ସେମାନେ ଭଲ କାମ କରିବେ ଏବଂ ଏହା ଯୁବକମାନଙ୍କୁ ଚାକିରି ମଧ୍ୟ ଯୋଗାଇବ।
କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ, କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସିଂହ ସୁରଜେଓ୍ୱାଲା, ରାଜ୍ୟ କଂଗ୍ରେସ ସଭାପତି ଡି. କେ. ଶିବକୁମାରଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଉଭୟ ଜାତୀୟ ଓ ରାଜ୍ୟସ୍ତରରେ ଏକ ରଣନୀତି ପ୍ରସ୍ତୁତ କରାଯିବ ଯାହାଦ୍ୱାରା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ ବୋଲି ଦଳ କହିଛି। ସେ କହିଥିଲେ ଯେ ପ୍ରଥମେ ସରକାରୀ କ୍ଷେତ୍ରରେ ଖାଲି ପଦବୀ ପୂରଣ କଲେ ନିଯୁକ୍ତି ସୃଷ୍ଟି ହୋଇପାରିବ, ଆଉ ଏହା ଏମିତି ଏକ କଥା ଯାହା ପାଇଁ ତାଙ୍କ ଦଳ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ। ଯଦି ତାଙ୍କ ଦଳ କ୍ଷମତାକୁ ଆସିବ ତାହେଲେ ତାଙ୍କ ସରକାର ଭଲ କାମ କରିବ ଏବଂ ଯୁବପିଢ଼ିଙ୍କୁ ନିଯୁକ୍ତି ଦେବ ବୋଲି ସେ କହିଛନ୍ତି।
Met immensely talented youth, today. Some were Engineers, some were MBAs, but all 'educated jobless'.
PM's priorities are clear:
It's not 2 crore jobs per year
but ‘PM ka PR & PM ke 2 Yaar’What youth need instead is a job-creation strategy which will fulfil their aspirations. pic.twitter.com/Rwt9vwJlVp
— Rahul Gandhi (@RahulGandhi) October 12, 2022
ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଖାଲି ପଡ଼ିଥିବା ପଦବୀ ପୂରଣ କରି ସର୍ବାଧିକ ନିଯୁକ୍ତି ମିଳିପାରେ ଏବଂ ସରକାର ଜନସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିବେ ବୋଲି ରାହୁଲ କହିଛନ୍ତି, ଏବଂ ସେମାନଙ୍କୁ ବ୍ୟାଙ୍କରୁ ସହଜରେ ଆର୍ଥିକ ସହାୟତା ମିଳିପାରିବ।
Comments are closed.