Latest Odisha News

BREAKING NEWS

ରାଜ୍ୟ ପାଠାଗାରରେ ପ୍ରେରଣା ଦାୟକ ବକ୍ତୃତା ମାଳା ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପାଠକପାଠିକା ମାନଙ୍କ ସକାଶେ ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପରୀକ୍ଷାରେ କେମିତି ଓ କିପରି କୃତକାର୍ଯ୍ୟ ହୋଇପାରିବେ ତାହା ଉପରେ ଏକ ବକ୍ତୃତା ସଭା ଆୟୋଜିତ ହୋଇଯାଇଛି ।

ନିର୍ଦ୍ଦେଶକ ଦିଲୀପ ରାଉତରାଏ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ପାଠକ-ପାଠିକାମାନେ କିପରି ନିଜ ଜୀବନରେ ଉନ୍ନତି କରିବେ,ସେ ବିଷୟରେ ଉଦବୋଧନ ଦେଇଥିଲେ। ତାଙ୍କ ସହ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସଂସ୍କୃତି ବିଶ୍ଵ ବିଦ୍ୟାଳୟର ଉପକୂଳପତି ପ୍ରସନ୍ନ କୁମାର ସ୍ବାଇଁ ପାଠକ ପାଠିକାମାନଙ୍କୁ ନିଜ ସମୟର ସଦୁପଯୋଗ କରି ଭବିଷ୍ୟତ ଗଠନ କରିବା ସହିତ ନିଜ ଭିତରେ କିପରି ଆତ୍ମ ବିଶ୍ୱାସ ଜନ୍ମାଇ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇପାରିବେ ସେ ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ । ଅତସୀ ଦାସ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.