ନୂଆଦିଲ୍ଲୀ: ଭାରତର ୧୦୦ ଟଙ୍କା ସମାନ ୩୨୮ ପାକିସ୍ତାନୀ ମୁଦ୍ରା। ପାକିସ୍ତାନକୁ କାଙ୍ଗାଳ କରିଦେଲା ଭାରତ। ଆଗକୁ ଆହୁରି ସାଂଘାତିକ ସ୍ଥିତି। ଭାରତ ସହ ପାକିସ୍ତାନର ଯୁଦ୍ଧ ପରେ କେମିତି ରହିଛି ଏହି ଆତଙ୍କୀ ଦେଶର ଅର୍ଥବ୍ୟବସ୍ଥା? ଏହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି। କାହିଁକି ନା ଭାରତ ଯେଉଁଭଳି ଅପରେସନ ସିନ୍ଦୂର ଅଧିନରେ ପାକିସ୍ତାନକୁ ଜୋରଦାର ଆକ୍ରମଣ କରିଥାଲା, କେବେ ଭୁଲି ପାରିବନି ଏହି ଆତଙ୍କୀ ଦେଶ। ଭାରତୀୟ ସେନା ବ୍ରହ୍ମୋସ୍ ମିସାଇଲ ସାହାଯ୍ୟରେ ପାକିସ୍ତାନର ଏୟାରବେସ୍ଗୁଡ଼ିକୁ ମଧ୍ୟ ଧ୍ୱସ୍ତ କରିଦେଇଥିଲା। କେବଳ ଏତିକି ନୁହେଁ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ପାକିସ୍ତାନର ଏକାଧିକ ଆତଙ୍କୀ ଆଡ୍ଡା ଧ୍ୱସ୍ତ ହୋଇଯାଇଛି। ସ୍ଥିତି ଏମିତି ହେଲା ଯେ ତ୍ରାହି ତ୍ରାହି ଡାକି ଆମେରିକାର ଶରଣ ନେଇଥିଲା ପାକିସ୍ତାନ।
https://www.youtube.com/watch?v=Yv3B2xu1VUA
ଭାରତୀୟ ମୁଦ୍ରା ତୁଳନାରେ ପାକିସ୍ତାନୀ ମୁଦ୍ରାର ମୂଲ୍ୟ ବହୁତ ହ୍ରାସ ପାଇଛି। ବର୍ତ୍ତମାନ ଭାରତର ୧ ଟଙ୍କାର ମୂଲ୍ୟ ପାକିସ୍ତାନରେ ୩.୨୮ ପାକିସ୍ତାନୀ ମୁଦ୍ରା। ଅର୍ଥାତ୍ ୧୦୦ ଟଙ୍କାର ମୂଲ୍ୟ ୩୨୮ ପାକିସ୍ତାନୀ ମୁଦ୍ରା। ଏହି ସଂଘର୍ଷ ପାକିସ୍ତାନର ଅର୍ଥନୀତିକୁ ଆହୁରି ଦୁର୍ବଳ କରିଛି। ଭାରତ ସହ ବ୍ୟବସାୟ ବନ୍ଦ ହେବା ଏବଂ ଅସ୍ତ୍ରବିରତି ପରେ ମଧ୍ୟ ତିକ୍ତତା ଯୋଗୁଁ ପାକିସ୍ତାନୀ ମୁଦ୍ରାର ମୂଲ୍ୟ ଆହୁରି ହ୍ରାସ ପାଇଛି। କେବଳ ପାକିସ୍ତାନ ନୁହେଁ, ଅନ୍ୟ କେତେକ ଦେଶରେ ମଧ୍ୟ ଭାରତୀୟ ମୁଦ୍ରାର ମୂଲ୍ୟ ଅଧିକ। ଉଦାହରଣ ସ୍ୱରୂପ, ଇରାନରେ ୧୦୦ ଟଙ୍କାର ମୂଲ୍ୟ ୫୦,୦୬୧ ଇରାନୀ ମୁଦ୍ରା। ସେହିଭଳି ଭିଏତନାମରେ ୧ ଟଙ୍କା ୨୯୯.୩ ଭିଏତନାମୀ ମୁଦ୍ରା ଏବଂ ଇଣ୍ଡୋନେସିଆରେ ୧ ଟଙ୍କା ୨୦୦ ଇଣ୍ଡୋନେସିଆନ୍ ମୁଦ୍ରା ସହ ସମାନ।
ଅନ୍ୟପଟେ ଭିଏତନାମରେ ଭାରତର ଏକ ଟଙ୍କାର ମୂଲ୍ୟ ୨୯୯.୩ ଭିଏତନାମ ମୁଦ୍ରା ସହ ସମାନ । ସେଠାରେ ମଧ୍ୟ ଖାଇବା, ବୁଲାବୁଲି ରହିବା ଏବଂ ରହିବା ବେଶ ଶସ୍ତା । ମାତ୍ର ୧୦୦ ଟଙ୍କା ବି ଖର୍ଚ୍ଚ କଲେ ୨୯,୯୩୦ ଭିଏତନାମ ମୁଦ୍ରା ପାଇବେ । ଯେଉଁଥିରେ ଖାଇବା, ବୁଲିବା, ରହିବା ବି ହୋଇଯିବ । ସେହିଭଳି ଇଣ୍ଡୋନେସିଆର ୨୦୦ ମୁଦ୍ରା, ଭାରତର ୧ ଟଙ୍କା ସହିତ ସମାନ । ସେଠାରେ ମଧ୍ୟ ସବୁକିଛି ଶସ୍ତାରେ ମିଳିଯାଏ । ଯଦି ଆମେ ବାଂଲାଦେଶ କଥା କହିବା ସେଠାରେ ବି ଭାରତୀୟ ମୁଦ୍ରାର ମୂଲ୍ୟ ଅଧିକ । ବାଂଲାଦେଶରେ ଭାରତର ୧୦୦ ଟଙ୍କାର ମୂଲ୍ୟ ୧୩୩ ବାଂଲାଦେଶୀ ମୁଦ୍ରା ସହିତ ସମାନ । ଖାଦ୍ୟ ସାମଗ୍ରୀ, ଗାଡି ଭଡା ଶସ୍ତାରେ ପାଇପାରିବେ ।
Comments are closed.