ଅନୁବାଦ କବିତା : ସିଡ଼ି
ସୁକାନ୍ତ ଭଟ୍ଟାଚାର୍ଯ୍ୟ ବଙ୍ଗଳା ସାହିତ୍ୟରେ ଏକ ଲୋକପ୍ରିୟ ଏବଂ ସ୍ମରଣୀୟ ନାଁ। କିଶୋର ବୟସରୁ କବି ଭାବରେ ପଦାର୍ପଣ ମାତ୍ରେ ସେ ଏକ ବିରଳ ଓ ଆଶ୍ଚର୍ଯ୍ୟ ପ୍ରତିଭା ରୂପେ ସ୍ୱୀକୃତି ପାଇଥିଲେ । ଚଉଦ ବର୍ଷରେ ସେ ଲେଖିଥିବା କବିତାମାନ ସୁଭାଷ ମୁଖୋପାଧ୍ୟାୟ ଏବଂ ବୁଦ୍ଧଦେବ ବସୁଙ୍କ ପରି କବିମାନଙ୍କୁ ଚକିତ କରିଥିଲା। ମାତ୍ର ଏହି ପ୍ରଚଣ୍ଡ ପ୍ରତିଭାବାନ କବି ବିକଶିତ ହେବା ପୂର୍ବରୁ ମାତ୍ର ଏକୋଇଶ ବର୍ଷ ବୟସରେ ଅକାଳ ମୃତ୍ୟୁ ବରଣ କରିଥିଲେ ।
ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ
ଆମେ ତୁମର ସିଡ଼ି
ତୁମେମାନେ ପ୍ରତିଦିନ
ଆମ ଉପରେ ଚଢ଼ି
ଉପରୁ ଉପରକୁ ଉଠିଯାଅ
ଏବଂ ତାପରେ ପଛକୁ ଫେରି ଚାହିଁବାର
ନାଁ ମଧ୍ୟ ନିଅ ନାହିଁ
ଆମ ଶରୀର ତୁମ ପଦଧୂଳି ଧନ୍ୟ
ନିତି ତୁମ ଦଘାତରେ କ୍ଷତବିକ୍ଷତ ଓ କ୍ଷୁର୍ଣ୍ଣ।
ତୁମେମାନେ କଥାଟା ଜାଣିଛ
ତେଣୁ ଗାଲିଚା ତଳେ ଲୁଚାଇ ରଖ
ଆମ ହୃଦୟର କ୍ଷତ
ଢାଙ୍କି ରଖିବାକୁ ଚାହଁ ତୁମ ଅତ୍ୟାଚାରର ଚିହ୍ନମାନ ଏବଂ ପୃଥିବୀ ନିକଟରେ
ଚାପି ରଖିବାକୁ ଚାହଁ , ତୁମର ଦର୍ପ
ଅହଂକାର ଭରା ପଦଧ୍ୱନିର ସ୍ୱର।
ତଥାପି ଆମକୁ ଜଣା
ଆମ ପିଠିପରେ ତୁମର ପଦାଘାତରେ
ତୁମେ ଧରିତ୍ରୀଠାରୁ ଚିରକାଳ ପାଇଁ
ରଖି ପାରିବିନି ଲୁଚାଇ
ଆଉ ସମ୍ରାଟ ହୁମାୟୁନଙ୍କ ପରି
ତୁମର ମଧ୍ୟ ଦିନେ ନା ଦିନେ
ପଦସ୍ଖଳନ ନିଶ୍ଚିତ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.