Latest Odisha News

BREAKING NEWS

ବାଲେଶ୍ୱରରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀ ମୃତ, ୨ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁରରେ ଥିବା ଏକ ଛାତ୍ରୀନିବାସରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିବା ସହ ୨ ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।


ମୃତକ ଛାତ୍ରୀ ଜଣକ ୫ମ ଶ୍ରେଣୀରେ ପଢୁଥିବାବେଳେ ସେ ଜଳେଶ୍ୱର ବ୍ଲକ ହାତୀଗଡ ଅଞ୍ଚଳର ଝୁମୁରି ହାସଦା ବୋଲି ଜଣାପଡିଛି ।

 ମିଳିଥିବା ସୂଚନାନୁଯାୟୀ ଭୋଗରାଇ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁରରେ ଥିବା ଶହେ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜାତି /ଅନୁସୂଚିତ ଜନଜାତି ଛାତ୍ରୀ ନିବାସରେ ସରସ୍ୱତୀ ପୂଜା ଦିନ ରନ୍ଧା ଯାଇଥିବା ଖାଦ୍ୟକୁ ତା’ ପରଦିନ ଖାଇବାରୁ ଏଭଳି ଅଘଟଣ ଘଟିଥିବା ନେଇ ଅଭିଯୋଗ ହୋଇଛି ।

 ଆହୁରି ମଧ୍ୟ ଅନ୍ୟ ଦୁଇ ଜଣ ଛାତ୍ରୀ ମଧ୍ୟ ଏହି ଖାଦ୍ୟ ଖାଇ ଗୁରୁତର ହୋଇପଡିଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.