Latest Odisha News

ବଲ ନ ଖେଳି ଆଉଟ ହେଲେ ୧୦ଜଣ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: କ୍ରିକେଟରେ ବେଳେ ବେଳେ ଏ ଭଳି ଘଟଣା ଦେଖିବାକୁ ମିଳେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥାଏ । ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ୱାଲିଫିକେଶନ ମୁକାବିଲାରେ ଏକ ଅଦ୍ଭୁତପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି । ୟୁଏଇ ଓ କତାର ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୧୦ଜଣ ବ୍ୟାଟ୍ସମ୍ୟାନ ବଲ ନ ଖେଳି ଆଉଟ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ୟୁଏଇ ୧୬ ଓଭରରେ କୌଣସି ୱିକେଟ ନ ହରାଇ ୧୯୨ ରନ ସଂଗ୍ରହ କରିଥିଲା । ଈଶାନ ଓଜା ୫୫ ବଲରେ ୧୧୩ ଓ ତ୍ରିଥା ସତୀଶ ୪୨ ବଲରେ ୭୪ ରନ କରିଥିଲେ ।

ଏହା ପରେ ଆରମ୍ଭ ହୋଇଥିଲା ଏହି ନାଟକୀୟ ପର୍ବ । ୟୁଏଇର ସମସ୍ତ ଖେଳାଳି ଜଣଙ୍କ ପରେ ଜଣେ ରିଟାୟର ଆଉଟ ହୋଇଥିଲେ । ଫଳରେ ୧୬ ଓଭରରେ ୧୯୨ ରନରେ ୟୁଏଇ ଇନିଂସ ଶେଷ ହୋଇଥିଲା । ଜବାବରେ କତାର ମାତ୍ର ୨୯ ରନରେ ଆଉଟ ହୋଇ ଯାଇଥିଲା । ବର୍ଷା ଆଶଙ୍କା ଦେଖା ଦେବାରୁ ୟୁଏଇ ଏହି ପଦକ୍ଷେପ ଗ୍ରହଣ କରିଥିଲା । ଟି୨୦ କ୍ରିକେଟରେ ଇନିଂସ ଘୋଷଣା କରାଯାଇ ପାରିବ ନାହିଁ । ବର୍ଷା ଆସିବା ପୂର୍ବରୁ କିପରି କତାର ବ୍ୟାଟିଂ କରିବା ପାଇଁ ଆସିବ ସେଥିପାଇଁ ୟୁଏଇର ଜଣଙ୍କ ପରେ ଜଣେ ଖେଳାଳି ରିଟାୟର ଆଉଟ ହୋଇଥିଲେ ।

Comments are closed.