Latest Odisha News

ଯାଜପୁର: ଚୋରା ଚାଲାଣ ବେଳେ ୧୦ କିଲୋ ଗଞ୍ଜେଇ ଜବତ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଛକରୁ ଚୋରା ଚାଲାଣ ହେଉଥିବା ବେଳେ ୧୦ କେ.ଜି ଗଞ୍ଜେଇ ଜବତ କରିଛି ପାଣିକୋଇଲି ପୋଲିସ। ଏହି ଘଟଣାରେ ୧ ବାଇକ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସୂଚନା ମୁତାବକ ଗଞ୍ଜେଇ ଚାଲାଣ ହେବା ନେଇ ପାଣିକୋଇଲି ପୋଲିସ କୌଣସି ସୂତ୍ରରୁ ଖବର ପାଇ ପାଣିକୋଇଲି ଛକରେ ଲୁଚି ରହିଥିଲା।

ତେବେ ଆଜି ଅପରାହ୍ନରେ ୩ ଦୁର୍ବୃତ୍ତ ଏକ ବାଇକ ରେ ଗଞ୍ଜେଇ ନେଇ ଯାଉଥିବା ସମୟରେ ପୋଲିସ ସେମାନଙ୍କୁ କାବୁ କରି ନେଇଥିଲା। ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି କୋରାଇ ଥାନା ମୀନାବଜାର ଅଞ୍ଚଳର ଏସ୍.କେ ସଦାମ୍, କୋରାଇ ଥାନା ତୁଳସୀପୁର ଅଞ୍ଚଳର ପଞ୍ଚାନନ ଦାସ ଓ ପାଣିକୋଇଲି ଅଞ୍ଚଳର ସରୋଜ କୁମାର ମହାପାତ୍ର।

Comments are closed.