Latest Odisha News

ବଡ଼ ଧରଣର ସଡ଼କ ଦୁର୍ଘଟଣା; ୧୦ ମୃତ

ବାରଣାସୀ: ବଡ଼ ଧରଣର ସଡ଼କ ଦୁର୍ଘଟଣା । ଚାଲିଗଲା ୧୦ ଜଣଙ୍କ ଜୀବନ । ଉତ୍ତରପ୍ରଦେଶ ମୀର୍ଜାପୁର ନିକଟରେ ଟ୍ରକ-ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ମୃତାହତ ସମସ୍ତେ ଶ୍ରମିକ ଥିବା ନେଇ ସୂଚନା ମିଳିଛି । ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରରେ ମୋଟ ୧୩ଜଣ ଶ୍ରମିକ ବସିଥିଲେ । କାମ ସାରି ରାତିରେ ଘରକୁ ଫେରୁଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିଲେ । ଖବରପାଇ ଘଟଣା ସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଗୁରୁତର ୩ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ମୃତକଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ସେପଟେ ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଧା ବାରଣାସୀ-ପ୍ରୟାଗରାଜ ରାଜରାସ୍ତା ରୋକ କରିଛନ୍ତି ।ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଥବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.