Latest Odisha News

BREAKING NEWS

ରାଜ୍ୟରେ ଗଡ଼ିଲା ଆଉ ୧୦ କରୋନା ଆକ୍ରାନ୍ତଙ୍କ ମୁଣ୍ଡ; ମୋଟ ସଂଖ୍ୟା ଛୁଇଁଲା ୧୯୩

ଭୁବନେଶ୍ୱର: କରୋନାରେ ପୁଣି ଯାଇଛି ୧୦ ଜୀବନ । ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ୪, ଖୋର୍ଦ୍ଧାରୁ ୩, ସୁନ୍ଦରଗଡ, କଳାହାଣ୍ଡି ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧୮୭କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁ ସଂଖ୍ୟା ।

ସମ୍ପୂର୍ଣ୍ଣ ବିବରଣୀ:

ସୁନ୍ଦରଗଡ ଜିଲ୍ଲାର ଜଣେ ୭୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ, ଇସକେମିକ୍ ହାର୍ଟ ରୋଗ ଏବଂ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ରେ ମଧ୍ୟ ପୀଡିତ ଥିଲେ।

ଖୋର୍ଦ୍ଧା ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ। ଗଞ୍ଜାମ ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ।

ଭୁବନେଶ୍ୱରର ଜଣେ ୭୮ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ ଏବଂ ଡିଲେଟେଡ୍ କାର୍ଡିଓ ମାୟୋପାଥିରେ ମଧ୍ୟ ପୀଡିତ ଥିଲେ।

ଗଞ୍ଜାମ ଜିଲ୍ଲାର ଜଣେ ୯୪ ବର୍ଷ ବୟସ୍କା ମହିଳା। ଗଞ୍ଜାମ ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କା ମହିଳା।

ଖୋର୍ଦ୍ଧା ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ ।

ଗଞ୍ଜାମ ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ମଧ୍ୟ ପୀଡିତ ଥିଲେ। କଳାହାଣ୍ଡି ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଯିଏ ବିସ୍ତାରିତ ଯକ୍ଷ୍ମା ଏବଂ ଡ୍ରଗ୍ ଦ୍ୱାରା ହେପାଟାଇଟିସ୍ ରୋଗରେ ପୀଡିତ ଥିଲେ। ଯାଜପୁର ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

Comments are closed.