Latest Odisha News

BREAKING NEWS

୧୯୯୨ରୁ ଉର୍ମିଳାଙ୍କ ସଂକଳ୍ପ: ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେଲା ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବେନି

ଅଯୋଧ୍ୟା:ଅଯୋଧ୍ୟାରେ ଖୁବ୍ ଶୀଘ୍ର ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ତେବେ ଏହି ନିର୍ମାଣ କାର୍ଯ୍ୟ ଦେଖିବା ପାଇଁ ଜବଲପୁର ଉର୍ମିଳା ଚର୍ତୁବେଦୀ ଅପେକ୍ଷା କରି ରହିଛନ୍ତି । ୧୯୯୨ରୁ ସେ ରାମ ମନ୍ଦିର ନିର୍ମାଣ ନ ହେଲା ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବେ ନାହିଁ ବୋଲି ସଂକଳ୍ପ କରିଛନ୍ତି । ୮୧ ବର୍ଷୀୟ ଉର୍ମିଳା ଏହାକୁ ଏକ ତପସ୍ୟା ଭାବେ ଗ୍ରହଣ କରି ନେଇଛନ୍ତି ।

ରାମ ନାମ ଜପିବା ସହ ସେ କେବଳ ଫଳ ଆହରଣ କରି ବଂଚିଛନ୍ତି । ପ୍ରଥମେ ତାଙ୍କ ପରିବାର ଲୋକ ବହୁତ ବୁଝା ଶୁଝା କରିଥିଲେ । ଶେଷରେ ତାଙ୍କ ଜିଦ୍ ଆଗରେ ହାର ମାନିଥିଲେ । ସୁପ୍ରିମକୋର୍ଟଙ୍କ ଶୁଣାଣୀ ପରେ ସେ ନିଜେ ବିଚାରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଅଭିନନ୍ଦନ ଜଣାଇଥିଲେ । ତାଙ୍କର ଶେଷ ଇଚ୍ଛା ରହିଛି ଅଯୋଧ୍ୟା ବାକି ତକ ଜୀବନ କାଟିବା ।

Leave A Reply

Your email address will not be published.