ଆସୁଛି ଆଉ ୧୦ ରାଫେଲ, ବଢିବ ଭାରତୀୟ ବାୟୁସେନାର ଶକ୍ତି, ଏକ ମାସ ମଧ୍ୟରେ ବାୟୁସେନାରେ ସାମିଲ ହେବ ରାଫେଲ ଯୁଦ୍ଧ ବିମାନ
ନୂଆଦିଲ୍ଲୀ: ଆସୁଛି ଆଉ ୧୦ ରାଫେଲ । ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଆଉ ୧୦ଟି ନୂଆ ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଭାରତ ଆସିବ । ଏହି ବିମାନ ଆସିବା ପରେ ଭାରତୀୟ ବାୟୁସେନାର ଶକ୍ତି ଦ୍ବିଗୁଣିତ ହୋଇଯିବ । ରାଫେଲର ସଂଖ୍ୟା ୨୧କୁ ବୃଦ୍ଧି ହେବ । ବର୍ତ୍ତମାନ ବାୟୁସେନା ନିକଟରେ ରହିଥିବା ୧୧ଟି ରାଫେଲ ଅମ୍ବାଲାର ୧୭ ସ୍କାର୍ଡନରେ ସାମିଲ ଅଛନ୍ତି ।
ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ପ୍ରଥମେ ତିନିଟି ରାଫେଲ୍ ବିମାନ ସିଧାସଳଖ ଫ୍ରାନ୍ସରୁ ଉଡ଼ାଣ ଭରି ଆସି ଭାରତରେ ପହଞ୍ଚିବ । ଏହା ପରେ ଏପ୍ରିଲ ମାସର ଦ୍ଵିତୀୟ ସପ୍ତାହ ବେଳକୁ ଅନ୍ୟ ରାଫେଲ ବିମାନ ଆସିବ । ନୂତନ ରାଫେଲଗୁଡ଼ିକ ଫ୍ରାନ୍ସରୁ ଆସି ଦେଶରେ ପହଞ୍ଚିବା ପରେ ପ୍ରଥମେ ସେଗୁଡ଼ିକୁ ଅମ୍ବାଲାରେ ରଖାଯିବ । ପରେ ସେଗୁଡ଼ିକ ମଧ୍ୟରୁ କିଛି ବିମାନକୁ ହାସିମାରାକୁ ପଠାଯିବ ।
ରାଫେଲ ବିମାନ ପ୍ରଥମଥର ଗତବର୍ଷ ଜୁଲାଇ-ଅଗଷ୍ଟରେ ଭାରତୀୟ ବାୟୁସେନାରେ ସାମିଲ ହେବା ଆରମ୍ଭ ହୋଇଥିଲା। ଭାରତ ୨୦୧୬ ସେପ୍ଟେମ୍ବରରେ ଫ୍ରାନ୍ସ ସହିତ ୩୬ ରାଫେଲ ଲଢୁଆ ବିମାନ କ୍ରୟ ପାଇଁ ଚୁକ୍ତିନାମା କରିଥିଲା।
Comments are closed.