Latest Odisha News

BREAKING NEWS

ବିଷାକ୍ତ ଖାଦ୍ୟ ଖାଇ ୧୦ ନର୍ସିଂ ଛାତ୍ରୀ ଅସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ନର୍ସିଂ କଲେଜର ଦଶ ଜଣ ଛାତ୍ରୀ ଗୁରୁବାର ଦିନ ଅସୁସ୍ଥ ହୋଇପଡିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ଖାଦ୍ୟ ବିଷାକ୍ତ ହୋଇଯାଇଥିବା ନେଇ ସନ୍ଦେହ କରାଯାଉଛି।

ସୂଚନାନୁସାରେ, ଶିଶୁପାଳଗଡ଼ର ଆର୍ଯ୍ୟ ନର୍ସିଂ କଲେଜର କିଛି ଛାତ୍ରୀ ହଷ୍ଟେଲରେ ଦିଆଯାଇଥିବା ଡାଲିରେ ପୋକ ବାହାରିଥିବା ଅଭିଯୋଗ କରିଥିଲେ। ଯାହା ପରେ ଗତକାଲି ୱାର୍ଡେନ ବାହାରୁ ଖାଦ୍ୟ ଅର୍ଡର କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ବାରଜଣ ବାନ୍ତି ଏବଂ ଝାଡ଼ା ହେଉଥିବା ଅଭିଯୋଗ କରିଥିଲେ।

ଅପରପକ୍ଷରେ ବାରଜଣ ଛାତ୍ର ସକାଳ ପ୍ରାୟ ୯ଟା ସମୟରେ ଡାକ୍ତରଖାନାରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଦଶଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ସାଲାଇନ୍ ଦିଆଯାଇଥିଲା। ତେବେ ସେମାନଙ୍କ ସ୍ବାସ୍ଥ୍ଯବସ୍ଥା ସ୍ଥିର ରହିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଔଷଧ ଦିଆଯାଇ ଅବର୍ଜଭେସନରେ ରଖାଯାଇଥିବା ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି।

Comments are closed.