ଭୁବନେଶ୍ୱର:ଇମ୍ଫାଲସ୍ଥିତ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ପଢୁଥିବା ୧୦ ଜଣ ଓଡ଼ିଆ ଛାତ୍ର ମଣିପୁର ହିଂସାକୁ ଦୃଷ୍ଟିରେ ରଖି ଓଡ଼ିଶା ଫେରି ଆସିଛନ୍ତି । ସେମାନେ ରବିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପ୍ରଥମ ପର୍ଯ୍ୟାୟରେ କିଛି ଛାତ୍ରଛାତ୍ରୀ ଆଜି ଓଡିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ମୋ ପରିବାର ପକ୍ଷରୁ ସ୍ୱାଗତ କରାଯାଇଥିବା ସୂଚନା ଅଧିକାରୀ ଜିତେନ୍ଦ୍ରିୟ ଜେନା ସୂଚନା ଦେଇଥିଲେ ।
ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଗୋ ବିମାନରେ ଏମାନେ ଇମ୍ଫାଲ ବିମାନ ବନ୍ଦରରୁ ଗତ ରାତି( ୧୨ଟା୧୫)ରେ ବାହାରିଥିଲେ । ଏମାନେ ସୁରକ୍ଷିତ ଭାବେ କିପରି ଓଡ଼ିଶା ଫେରି ଆସିବେ ସେ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା । ସେହି ଅନୁସାରେ ଏହି ଛାତ୍ରଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟରୁ ବିମାନ ବନ୍ଦରଯାଏ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
ଏହାବ୍ୟତୀତ ରାଜ୍ୟର ବହୁ ଛାତ୍ରାଛାତ୍ରୀ ବିଭିନ୍ନ ମେଡିକାଲ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନରେ ଅତ୍ୟନ୍ତ ଅସୁବିଧାରେ ଫସି ରହିଛନ୍ତି । ସେମାନଙ୍କୁ ସେଠାରେ ଖାଇବାକୁ ମିଳୁନି । ଇଣ୍ଟରନେଟ ସୁବିଧା ମଧ୍ୟ ନାହିଁ । ଏଟିଏମ ବି ବନ୍ଦ କରି ଦିଆ ଯାଇଛି । ସେଠାରେ ଥିବା ଛାତ୍ରଛାତ୍ରୀମାନେ ଉଦ୍ଧାର ପାଇଁ ନିବେଦନ କରିଥିଲେ ।
ସୂଚନାଥାଉ କି, ମଣିପୁର ହିଂସା ଉଗ୍ରରୂପ ନେଇଛି । ହିଂସାରେ ୫୨ ଜଣଙ୍କର ମୃତ୍ୟୁ ଘଟିଛି । ଗୁଳିମାଡରେ ଏକାଧିକ ଲୋକ ଆହତ ହୋଇ ଆରଆଇଏମଏସ ଏବଂ ଜବାହାରଲାଲ ନେହରୁ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଚକିତ୍ସିତ ହେଉଛନ୍ତି । ପରିସ୍ଥିତିକୁ ଦେଖି ମଣିପୁରକୁ ଟ୍ରେନ ସେବା ବାତିଲ କରି ଦିଆଯାଇଛି ।
ହିଂସା ନିୟନ୍ତ୍ରଣ କରିବା ପାଇଁ ଦଶ ହଜାର ଆର୍ମି ଏବଂ ଆସାମ ରାଇଫଲସ ନିୟୋଜିତ କରାଯାଇଛି । ହିଂସାକାରୀଙ୍କୁ ଦେଖିଲାମାତ୍ରେ ଗୁଳି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.