Latest Odisha News

ଓମିକ୍ରନ ଚିନ୍ତା: ୧୦ ଦକ୍ଷିଣ ଆଫ୍ରିକା ଫେରନ୍ତା ନିଖୋଜ

ବେଙ୍ଗାଲୁରୁ: ଓମିକ୍ରନ ନେଇ ସତର୍କତା ଅବଲମ୍ବନ କରିବାକୁ ବାରମ୍ବାର କୁହାଯାଇଥିଲେ ମଧ୍ୟ ଏବେ ବି ଲୋକେ ଏହାକୁ ବେଖାତିର କରୁଛନ୍ତି । ବାଙ୍ଗାଲୋରରେ ୧୦ଜଣ ଆଫ୍ରିକା ଫେରନ୍ତାଙ୍କ ପତା ଏ ପର୍ଯ୍ୟନ୍ତ ମିଳୁ ନ ଥିବାରୁ ପ୍ରଶାସନ ଚିନ୍ତାରେ ପଡି ଯାଇଛି । କରୋନା ଟେଷ୍ଟ କରାଇବା ପରେ ସେମାନେ ସେମାନଙ୍କ ମୋବାଇଲ ବନ୍ଦ କରି ଦେଇଛନ୍ତି । ଫଳରେ ତାଙ୍କ ଟ୍ରେସ କରିବା ସହଜ ହେଉ ନାହିଁ ।

ଦକ୍ଷିଣ ଆଫ୍ରିକାରୁ ବାଙ୍ଗାଲୋର ଏୟାରପୋର୍ଟକୁ ୫୭ଜଣ ଯାତ୍ରୀ ଆସିଥିଲେ । ଗାୟବ ଯାତ୍ରୀମାନେ ଯେଉଁ ଠିକଣା ଦେଇଥିଲେ ସେଠାରେ ମଧ୍ୟ ସେମାନେ ନାହାନ୍ତି । ଘଟଣା ପ୍ରଚାର ହେବା ପରେ ଏଠାକାର ବାସିନ୍ଦା ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Comments are closed.