ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରରେ ପୁଣି ଥରେ କମାଲ କଲେ ଓଡ଼ିଆ । ନାସା ରୋଭର ଚ୍ୟାଲେଞ୍ଜରେ ତୃତୀୟ ସ୍ଥାନ ହାସଲ କରିଛି ଓଡ଼ିଶା ଟିମ୍ । ଏନେଇ ଟ୍ଵିଟ୍ କରି ସୂଚନା ଦେଇଛି ନାସା । କଟକ ୪୨ ମୌଜାରୁ ନାସା ରୋଭର୍ ଚ୍ୟାଲେଞ୍ଜରେ ଭାଗ ନେଇଥିଲା ଓଡ଼ିଶା ଟିମ୍ । ଏଥିରେ ବିଭିନ୍ନ ଅଞ୍ଚଳରୁ ଥିଲେ ୧୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ।
It’s time to announce the overall winners! Finishing in 3rd place in the high school division is @NaPSATindia. @UAHMoonbuggy takes 3rd in the college division. pic.twitter.com/zNaxjNiml6
— NASA Rover Challenge (@RoverChallenge) April 16, 2021
ଭର୍ଚୁଆଲ ମୋଡରେ ହୋଇଥିଲା ରୋଭର ଚ୍ୟାଲେଞ୍ଜ । କଟକ ୪୨ ମୌଜା ଅନୀଲ ପ୍ରଧାନଙ୍କ ପ୍ରଚେଷ୍ଟାରେ Navonmesh Prasar Student Astronomy Team (NaPSAT) ୧୦ ଜଣିଆ ଟିମ ରୋଭର ପ୍ରସ୍ତୁତ କରିଥିଲା । ରୋଭର ଚ୍ୟାଲେଞ୍ଜରେ ୟୁଏଏସ୍ର ଦୁଇଟି ଟିମ୍ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସଫଳତା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Congratulate @NaPSATIndia on winning laurels for #Odisha by securing the third position in @NASA @RoverChallenge. This stellar achievment puts the institute on the global map and will inspire more budding scientists & innovators. Best wishes for future. pic.twitter.com/2mz236gEou
— Naveen Patnaik (@Naveen_Odisha) April 17, 2021
Comments are closed.