ରାଉରକେଲା: ରାଉରକେଲା-ରାଞ୍ଚି ମୁଖ୍ୟ ରେଳ ଲାଇନରେ ବୁଧବାର ସକାଳେ ଏକ ମାଲବାହୀ ଟ୍ରେନର ପ୍ରାୟ ୧୦ଟି ୱାଗନ ଲାଇନଚ୍ୟୁତ ହୋଇଛି।
ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୧୦ଟା ସମୟରେ ବାନୋ ଏବଂ କାନାରାୱା ରେଳ ଷ୍ଟେସନ ମଧ୍ୟରେ ୱାଗନଗୁଡ଼ିକ ଟ୍ରାକରୁ ଖସିପଡ଼ିଥିଲା। ଏଥିରେ କିଛି କୋଚ୍ ମଧ୍ୟ ଓଲଟି ପଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ହଟିଆ ଏବଂ ବୋଣ୍ଡମୁଣ୍ଡାର ରେଲୱେ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ରାଞ୍ଚି ରେଳ ଡିଭିଜନର ଇଞ୍ଜିନିୟରିଂ ଏବଂ ଅପରେସନ୍ସ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଇଞ୍ଜିନିୟରମାନେ ମଧ୍ୟ ସ୍ଥିତିର ମୂଲ୍ୟାଙ୍କନ କରିବା ପାଇଁ ଆସିଥିଲେ। ତେବେ ଲାଇନଚ୍ୟୁତର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଅପରପକ୍ଷରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ବ୍ୟସ୍ତବହୁଳ ରାଉରକେଲା-ରାଞ୍ଚି ରୁଟରେ ଟ୍ରେନ ସେବା ପ୍ରଭାବିତ ହୋଇଛି। ଗୋରଖପୁରରୁ ସମ୍ବଲପୁର ଯାଉଥିବା ମୌର୍ଯ୍ୟ ଏକ୍ସପ୍ରେସକୁ କାନାରାୱା ଷ୍ଟେସନ ନିକଟରେ ଅଟକାଯାଇଥିଲା।
Comments are closed.