Latest Odisha News

BREAKING NEWS

୧୦ ବର୍ଷର ଶିଶୁକୁ ବିକ୍ରି କଲା ସଇତାନ୍‌ ବାପା; ମା’ କୋଳକୁ ଫେରାଇଲା ପୋଲିସ

ଯାଜପୁର :  ୧୦ ବର୍ଷର ଶିଶୁକୁ ବିକ୍ରିକଲା ବାପା । ଆରୁହା ହାଟରେ ବିକ୍ରି କରିବାକୁ ସାଙ୍ଗରେ ନେଇଥିଲେ ପୁଅକୁ । ବିକ୍ରି ପୂର୍ବରୁ ମାଡ଼ି ବସିଲା ପୋଲିସ । ଏଭଳି ଅଭାବନୀୟ ଘଟଣା ବଡ଼ଚଣା ଥାନା ଅଧିନ ଶାସନ ପୁରୁଷୋତ୍ତମପୁର ଅଞ୍ଚଳରୁ ସାମ୍ନାକୁ ଆସିଛି  ।

ସୂଚନା ଅନୁଯାୟୀ, ପୁରୁଷୋତ୍ତମପୁର ଅଞ୍ଚଳରେ ୧୦ ବର୍ଷର ପୁଅକୁ ବାପା ବିକ୍ରି କରିଥିବା ଅଭିଯୋଗ ହୋଇଛି। ଘନ ସିଂକୁ ନିଜର ୧୦ବର୍ଷର ପୁଅକୁ ବିକ୍ରି କରିବା ପାଇଁ ଆରୁହା ହାଟକୁ ନେଇ ଯାଇଥିଲେ। ସେଠାରେ ଜଣେ ବ୍ୟକ୍ତିଙ୍କୁ ପୁଅକୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଅନ୍ୟପଟେ ଘନ ସିଂଙ୍କୁଙ୍କ ସ୍ତ୍ରୀ ଏହାକୁ ବିରୋଧ କରିବା ସହ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ।

ସ୍ଥାନୀୟ ଲୋକେ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇ ଥିଲେ। ଶିଶୁ ସୁରକ୍ଷା ବିଭାଗଠାରୁ ଖବରପାଇ ବଡ଼ଚଣା ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଶିଶୁଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ବର୍ତ୍ତମାନ ଶିଶୁଟିକୁ ତାର ମା’ଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଞ୍ଚଲ୍ୟ ଖେଳିଯାଇଛି । ଏନେଇ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Comments are closed.