Latest Odisha News

BREAKING NEWS

ପିଏମ କେୟାର୍ସ ପାଣ୍ଠିର ହିସାବ ମାଗିଲେ ୧୦୦ ପୂର୍ବତନ ପ୍ରଶାସନିକ ଅଧିକାରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିର ପାରଦର୍ଶିତା ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ୧୦୦ ପୂର୍ବତନ ପ୍ରଶାସନିକ ଅଧିକାରୀ । ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ହିସାବ ମାଗିଛନ୍ତି । କରୋନା ମହାମାରୀ ମୁକାବିଲା ପାଇଁ ୨୦୨୦ ମାର୍ଚ୍ଚରେ ଏହି ପାଣ୍ଠି ଗଠନ କରାଯାଇଥିଲା । ସାଧାରଣ ଜନତାଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ଏହା ଗଠନ କରାଯାଇଥିଲା ।

ମୋଦିଙ୍କୁ ଚିଠି ଲେଖିଥିବା ଅଧିକାରୀଙ୍କ ମଧ୍ୟରେ ଆଇଏଏସ ଅନୀତା ଅଗ୍ନିହୋତ୍ରୀ, ଏସପି ଆମ୍ବ୍ରୋସ, ଶରଦ ବେହେରା, ସାଜଦ ହାସନ, ହର୍ଷ ମେଣ୍ଡର, ପିଜୟ ଓମେନ୍‌, ଅରୁଣ ରାୟ, ପୂର୍ବତନ କୂଟନୈତିକ ମଧୂ ଭାଦୁରୀ, କେପି ଫାବିୟାନ, ଦେବ ମୂର୍ଖାଜୀ,ସୁଜାତା ସିଂ, ପୂର୍ବତନ ଆପିଏସ ଅଫିସର ଏଏସ ସୌଲତ ପ୍ରମୁଖ ।

Leave A Reply

Your email address will not be published.