Latest Odisha News

ଅସଦୁଦ୍ଦିନଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା: ୧୦୧ ଛେଳି ବଳି ପକାଇ ଦୀର୍ଘ ଜୀବନ କାମନା କଲେ ବ୍ୟବସାୟୀ

ହାଇଦ୍ରାବଦ: ଅସଦୁଦ୍ଦିନଙ୍କ ଗାଡ଼ି ଉପରକୁ ଗୁଳି ମାଡ଼ ଘଟଣା । ୧୦୧ ଛେଳିକୁ ବ୍ୟବସାୟୀମାନେ ବଳି ପକାଇ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏ ଅସଦୁଦ୍ଦିନ ଓୱେସୀଙ୍କ ସୁରକ୍ଷା ପାଇଁ ଦୀର୍ଘ ଜୀବନ କାମନା କରିଛନ୍ତି । ଏହି କାର୍ୟ୍ୟକ୍ରମରେ ମାଲାକପେଟ୍ ବିଧାୟକ ଏବଂ ଏଆଇଏମଆଇଏମ ନେତା ଅହମ୍ମଦ ବାଲା ଯୋଗ ଦେଇଥିଲେ।

କିଛି ଦିନ ପୂର୍ବରୁ ନିର୍ବାଚନ ପ୍ରଚାର ପାଇଁ ୟୁପିର ମିରଟ ଗସ୍ତରେ ଥିବା ବେଳେ ଆସାଦୁଦ୍ଦିନଙ୍କ କାର ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ଆକାକ୍ରମଣରୁ ସେ ଅଳ୍ପକେ ବର୍ତ୍ତିଯାଇଥିଲେ। ଫେବୃଆରୀ ୩ରେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପରେ ତାଙ୍କ ସମର୍ଥକ ମାନେ ଅସାଦୁଦ୍ଦିନଙ୍କ ନିରାପଦ ତଥା ଦୀର୍ଘାୟୁ ଜୀବନୀ କାମନା କରି ପ୍ରାର୍ଥନା କରୁଛନ୍ତି । ଏଥିସହ ଅସାଦୁଦ୍ଦିନଙ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜେଡ୍-କେଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ଏନେଇ ୨ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।

Comments are closed.