Latest Odisha News

BREAKING NEWS

୧୦୧ ବୃଦ୍ଧ କଲେ ସ୍କାଏ ଡାଇଭିଂ: କୌଶଳ ଦେଖାଇ ଜିତିଲେ ଲୋକଙ୍କ ହୃଦୟ

କାଲିଫର୍ଣ୍ଣିଆ:ଦୁନିଆରେ ଦୁଃସାହସିକ ଲୋକମାନଙ୍କର ଅଭାବ ନାହିଁ । ସେମାନେ ଏପରି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି ଯାହାକୁ ଦେଖିଲେ ଆପଣଙ୍କ ନିଶ୍ୱାସ ବନ୍ଦ ହୋଇଯିବ । କିନ୍ତୁ ଏହି କାର୍ଯ୍ୟ କରି ସେମାନେ ଅନ୍ୟମାନଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇାପାରନ୍ତି । କିନ୍ତୁ କାଲିଫର୍ଣ୍ଣିଆର କିଛି ବୃଦ୍ଧ ସେମାନଙ୍କର ସାହସ ଏବଂ ଉତ୍ସାହ ଭରପୂର ଶକ୍ତିରେ ସ୍କାଏ ଡାଇଭିଂ କରି ଯୁବକମାନଙ୍କୁ ପଛରେ ପକାଇଛନ୍ତି । ଏହାର ଏକ ଭିିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଆମେରିକାର କାଲିଫର୍ଣ୍ଣିଆରେ ନିକଟରେ ଆୟୋଜିତ ହୋଇଥିଲା ସ୍କାଏ ଡାଇଭିଂ । ଏଥିରେ ୧୦୧ ଜଣ ବୃଦ୍ଧ ଭାଗ ନେଇଥିଲେ । ଯାହାଙ୍କ ବୟସ ୬୦ରୁ ୮୦ ବର୍ଷ ଭିିତରେ ଥିଲା । ଭିିଡ଼ିଓରେ ଦେଖିବାକୁ ମିଳିଛି ଯେ, ଏହି ୧୦୧ ଜଣ ବୃଦ୍ଧ ହଠାତ୍ ଏକାସାଙ୍ଗରେ ବିମାନରୁ ଡ଼େଇିଁଲେ । ଆଉ ଆକାଶରେ ଉଡ଼ି ଉଡ଼ି ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । ସେମାନଙ୍କର ଏହି କଳାକୌଶଳ ଦେଖି ସେଠାରେ ଉପସ୍ଥିତ ଲୋକେ ତାଜୁବ୍ ହୋଇଯାଇଥିଲେ । ଏ ବୟସରେ ପୁଣି ଏପରି ଦୁଃସାହସିକ କାର୍ଯ୍ୟ କରାଯାଇପାରେ ବୋଲି ବିଶ୍ୱାସ ବି କରିପାରୁ ନ ଥିଲେ । ଏହି ସ୍କାଏ ଡ଼ାଇଭିଂ ଥିଲା ପୁରା ସ୍ୱତନ୍ତ୍ର । କାରଣ ଏଥିରେ କୌଣସି ଯୁବକ ସାମିଲ ହୋଇ ନ ଥିଲେ । ଏହି କଳାକୌଶଳକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।

Leave A Reply

Your email address will not be published.