Latest Odisha News

ହାରିଲା କରୋନା; ଜିତିଲେ ୧୦୩ ବର୍ଷୀୟ ବୃଦ୍ଧ

ନାଗପୁର: କରୋନାର କହର ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନା ଯୋଗୁ ପ୍ରାଣ ହରାଉଥିବା ଦେଖିବାକୁ ମିଳିଛି। ସବୁ ବର୍ଗର ଲୋକଙ୍କ ପାଇଁ କରୋନାର ଦ୍ବିତୀୟ ତରଙ୍ଗ ଘାତକ ସାଜିଥିବା ବେଳେ ଜଣେ ୧୦୩ ବର୍ଷୀୟ ବୃଦ୍ଧି କରୋନାକୁ ହରାଇବାରେ ସଫଳ ହୋଇପାରିଛନ୍ତି।

ରବିବାର ଦିନ ମହାରାଷ୍ଟ୍ରର ପାଲଘରର ଜଣେ ୧୦୩ ବର୍ଷୀୟ ବୟସ୍କ ବ୍ୟକ୍ତି କରୋନାକୁ ପରାସ୍ତ କରିଛନ୍ତି। ନାଗପୁର ବିରେନ୍ଦ୍ର ନାଗର ଅଞ୍ଚଳର ଶ୍ୟାମ ରାଓ ନାମକ ଜଣେ ୧୦୩ ବର୍ଷୀୟ ବୃଦ୍ଧ କରୋନରେ ଆକ୍ରାନ୍ତ ହେବା ପରେ ପାଲଗରର ଏକ ଗ୍ରାମୀଣ କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ରୋଗରୁ ସୁସ୍ଥ ହେବା ପରେ ତାଙ୍କୁ ଶନିବାର ଡିସଚାର୍ଜ କରାଯାଇଛି ବୋଲି ଜିଲ୍ଲା କଲେକ୍ଟର ମୁଖପାତ୍ର ପ୍ରକାଶ କରିଛନ୍ତି।

ହସ୍ପିଟାଲ୍‌ କର୍ତ୍ତୁପକ୍ଷଙ୍କ କହିବାନୁସାରେ, ହସ୍ପିଟାଲ୍‌ରେ ଥିବା ତାଙ୍କୁ ଭଲ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା ବୋଲି ବୃଦ୍ଧ ଜଣକ ତାଙ୍କୁ କହିଥିଲେ।

Comments are closed.