Latest Odisha News

BREAKING NEWS

ଭୁବନେଶ୍ବରରୁ ଆଉ ୧୦୩୪ ପଜିଟିଭ୍ ଚିହ୍ନଟ, ୧୦୧୯ ସୁସ୍ଥ

ଭୁବନେଶ୍ବର : ମହାମାରୀ ଭିତରେ ଚିନ୍ତା ବଢ଼ାଇଛି ଭୁବନେଶ୍ବର । ସଂକ୍ରମଣରେ ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ବରରେ ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ଆଉ ୧୦୩୪ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୫୪ ଜଣ ଥିବା ବେଳେ, ଲୋକାଲ୍ କେସ୍ ରହିଛି ୮୮୦ । ସେହିପରି ଆଜି ସୁସ୍ଥ ହୋଇଛନ୍ତି ଆଉ ୧୦୧୯ ଆକ୍ରାନ୍ତ । ଏନେଇ ସୂଚନା ଦେଇଛି ବିଏମସି ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ନୟାପଲ୍ଲୀ ଓ ପଟିଆରୁ ୫୪ ଜଣ ଲେଖାଏଁ ଥିବା ବେଳେ, ଖଣ୍ଡଗିରିରୁ ୪୦, ଲକ୍ଷ୍ମୀସାଗରରୁ ୪୦, ଚନ୍ଦ୍ରଶେଖରପୁରରୁ ୩୫, ଡୁମୁଡୁମାରୁ ୩୩, ଓଲ୍ଡ ଟାଉନରୁ ୩୭, ରସୁଲଗଡ଼ରୁ ୨୭, ସୁନ୍ଦରପଦାରୁ ୨୦, ୟୁନିଟ୍-୮, ୟନିଟ୍-୯ ଓ ଶୈଳଶ୍ରୀବିହାରରୁ ୨୩ ଜଣ ଲେଖାଏଁ, ଦୀଳାଦ୍ରିବିହାରରୁ ୧୯, ବରମୁଣ୍ଡାରୁ ୨୪, ବିଜେବି ନଗରରୁ ୨୧, ଝାରପଡ଼ାରୁ ୨୩ ଜଣ ଆକ୍ରାନ୍ତ ଅଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ନୟାପଲ୍ଲୀରୁ ୧୩ ଜଣ ଥିବା ବେଳେ, ଓଲ୍ଡ ଟାଉନରୁ ୯, ପଟିଆରୁ ୧୪, ଲକ୍ଷ୍ମୀସାଗରରୁ ୬, ୟୁନିଟ-୮ରୁ ୭, ରସୁଲଗଡ଼ରୁ ୫ ଜଣ ଅଛନ୍ତି । ସେହିପରି ବାକି ଅଞ୍ଚଳରୁ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଚନ୍ତି । ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୫୨ ହଜାର ୫୩୦ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୪୨ ହଜାର ୧୫୫ ଜଣ ସୁସ୍ଥ ହୋଇଥିବା ବେଳେ, ୨୭୯ ଜଣଙ୍କ ଜୀବନ ନେଇଛି ଭୂତାଣୁ । ବାକି ୧୦ ହଜାର ୭୫ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.