ଭୁବନେଶ୍ୱର : ବ୍ୟାସ କବି ଫକୀର ମୋହନ ସ୍ମୃତି ସଂସଦ, ଭୁବନେଶ୍ୱର ଆନୁକୂଲ୍ୟରେ ବ୍ୟାସ କବିଙ୍କ ୧୦୪ ତମ ଶ୍ରାଦ୍ଧ ବର୍ଷିକୀ ପାଳିତ ହୋଇଯାଇଛି।
ଜୀବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ଵତ ସଭାରେ ଫକୀର ମୋହନ ବିଶ୍ୱ ବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ , ଜ୍ଞାନୀ ଦେବାଶିଷ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଫକୀର ମୋହନଙ୍କ କୃତିଗୁଡ଼ିକର ପ୍ରଚାର ପ୍ରସାର ହେବା ଆବଶ୍ୟକ । ତାଙ୍କ କବିତାର ସୂକ୍ଷ୍ମ ଅବବୋଧ ସବୁ କାଳରେ କବିମାନଙ୍କୁ ପ୍ରେରିତ କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂସଦର ଦିବଂଗତ ସଭାପତି ଦ୍ୱୟ କାର୍ତ୍ତିକେଶ୍ୱର ପାତ୍ର ଏବଂ ଗୋପୀନାଥ ମହାନ୍ତିଙ୍କ ଅମର ଆତ୍ମା ଉର୍ଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା ବିଶିଷ୍ଟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ଫକୀର ମୋହନ ସଙ୍ଗୀତ ପରିବେଷଣ କରିଥିଲେ। 3
ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କ ପରିଚାଳନା ଏବଂ ଯୋଗେନ୍ଦ୍ର କୁମାର ନାୟକ ଓ ସଞ୍ଜୁଲତା ମହାନ୍ତିଙ୍କର ସଂଯୋଜନାରେ ଏକ କବିତା ଆସର ଆୟୋଜିତ ହୋଇଥିଲା। ଜ୍ଞାନଚାନ୍ଦ ଦାସ ପଟ୍ଟନାୟକଙ୍କ ସ୍ୱାଗତ ଭାଷଣରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିରାଜ ମୋହନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଅଜୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.