Latest Odisha News

BREAKING NEWS

ଦିଲ୍ଲୀରେ ପ୍ରବଳ ଥଣ୍ଡା ଯୋଗୁଁ ୧୯ ଦିନରେ ଗଲାଣି ୧୦୬ ଜଣଙ୍କ ଜୀବନ !

ଦିଲ୍ଲୀ : ପ୍ରବଳ ଜାଡରେ ଥରୁଛି ଦିଲ୍ଲୀ । ପ୍ରବଳ ଥଣ୍ଡା ଯୋଗୁଁ ଦିଲ୍ଲୀରେ ଗୋଟିଏ ମାସ ଭିତରେ ୧୦୬ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଏନେଇ ସରକାରୀ ସଙ୍ଗଠନ ସେଣ୍ଟର ଫର ହୋଲିଷ୍ଟିକ ଡେଭଲପମେଣ୍ଟ (ସିଏଚଡି) ସ୍ୱେଚ୍ଛାସେବୀ ସଙ୍ଗଠନ ରିପୋର୍ଟ ସାମ୍ନାକୁ ଆଣିଛି । ସେପଟେ ଦିଲ୍ଲୀର ସହରୀ ଆଶ୍ରୟ ସ୍ଥଳୀ ଉନ୍ନତି କରଣ ବୋର୍ଡର ଅଧିକାରୀ ମାନେ ଥଣ୍ଡା ହେତୁ ମୃତ୍ୟୁ ଘଟିଥିବା କଥାକୁ ଅଶ୍ୱିକାର କରିଛନ୍ତି । ଦିଲ୍ଲୀର ପୋଲିସ ଅଧିକାରୀ ମାନେ ଏହି ରିପୋର୍ଟକୁ ସ୍ୱିକାର କରିଛନ୍ତି ।

ସୂଚନା ଅନୁସାରେ ଚଳିତମାସ ୧ ତାରିଖରୁ ୧୯ ତାରିଖ ଭିତରେ ୧୦୬ ଜଣଙ୍କ ମୃତ୍ୟୁ ହାଡଭଙ୍ଗା ଥଣ୍ଡା ଯୋଗୁଁ ହୋଇଛି । ଦିଲ୍ଲୀରେ ସର୍ବାଧିକ ୩୩ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପଶ୍ଚିମ ଦିଲ୍ଲୀରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀ କେଜ୍ରିୱାଲ ସରକାର ଥଣ୍ଡା ଯୋଗୁଁ ମୃତ୍ୟୁ ହୋଇଥିବା କଥାକୁ ଖଣ୍ଡନ କରିଛନ୍ତି । ଯଦି ଥଣ୍ଡା ଲାଗି ଏପରି ଘଟୁଛି ଲୋକମାନଙ୍କ ପାଇଁ ଆଶ୍ରୟ ସ୍ଥଳ ନିର୍ମାଣ କରିବାକୁ ଉକ୍ତ ସଙ୍ଗଠନକୁ କହିଛନ୍ତି ।

Comments are closed, but trackbacks and pingbacks are open.